STORYMIRROR

Lalit kumar Swain

Children Stories Classics Inspirational

3  

Lalit kumar Swain

Children Stories Classics Inspirational

ଗୁରୁଙ୍କ ଅଦେଶ ଶିରୋଧାର୍ୟ୍ଯ

ଗୁରୁଙ୍କ ଅଦେଶ ଶିରୋଧାର୍ୟ୍ଯ

1 min
387

ଗୁରୁଙ୍କ ଆଦେଶ ପାଳନ କରଇ

   ମତଙ୍ଗ ବନେ ଶବରୀ

ରାମ ପଥ ଚାହିଁ ବନାବାସୀ ହୋଇ

   ତ୍ୟାଗ କରି ସୁୁଖ ଶିରି।

କେବେ ଦରଶନ ଦେବେ ଦୀନବନ୍ଧୁ

    ପ୍ରଭୁ ଦୀନ ହିତକାରୀବାଟ

ଚାହିଁ ଚାହିଁ ଭକ୍ତ ଶବରୀର

         ବୟସ ଆସିଲା ସରି।

ଗୁରୁଜୀ ମାତଙ୍ଗ ମୁନିଙ୍କ ବଚନ

          ଆଦେଶ ବହନ କରି

ପ୍ରତିଦିନ ପ୍ରତିକ୍ଷଣ ରେ ସ୍ୱାଗତ

          ପାଇଁ ପ୍ରସ୍ତୁତ ଶବରୀ।

କେଉଁ ମୁହୂର୍ତ୍ତରେ ଆସିବେ ରାଘବ

           ନିତି ଯାଇ ପୁଷ୍ପ ତୋଳେ

କଣ୍ଟା କାଢି ପୁଷ୍ପ ବାଟରେ ବିଛେଇ

          ଆଖିରୁ ଲୋତକ ଢାଳେ।

ସେ ପଥକୁ ଲଙ୍ଘି ଗଲେ କେହି ଋଷି

         ବାରଣ କରଇ ବସି

କାହିଁ କେତେ ବର୍ଷ ବିତିଗଲା ତାର

         ପ୍ରତିକ୍ଷାରେ ବନବାସୀ।

କେଉଁ ଫଳ ଖଟା କେଉଁ ଫଳ ମିଠା

         ଚାଖି ରଖୁଥାଏ ନେଇ

କ୍ଷୁଧା ଉପଚାର ହୋଇବ ପ୍ରଭୁଙ୍କ

         ବାଢ଼େ ନିତି ଭକ୍ତି ଦେଇ।

ରଘୁନାଥ ପ୍ରାଣନିଧି ପରା ତାର

         ଚରଣରେ ପ୍ରାଣ ବସେ

ଭକ୍ତି, ଭାଗ୍ୟ ଫଳେ ଦର୍ଶନ ଲଭିବ

         ଜୀବନ ସାର୍ଥକ ଆଶେ।

ପାଗଳ କୁହନ୍ତି ଭକ୍ତି ଭାବ ଦେଖି

        ଭକ୍ତିଯେ ପାଗଳପଣ

ଭକ୍ତିରେ ପ୍ରଭୁଙ୍କ ଆଶୀର୍ବାଦ ମିଳେ

         ଉଭା ସ୍ୱୟଂ ନାରାୟଣ।

ଆସିଲେ ରାଘବ ଦେଲେ ଦରଶନ

        ଶବରୀ ହେଲା ସାର୍ଥକ

ଆଖିର ଲୋତକେ ପାଦ ଧୋଇଦେଲା

         ଅର୍ପଇ ଫଳ ପକ୍ୱ।

ଭକ୍ତି ଶିକ୍ଷା ଲଭି ମାତଙ୍ଗ ବନରେ

      ପାଇଲା ଭକ୍ତିର ରସ

ସୁଗ୍ରୀବ ସନ୍ଧାନେ ପଥ ପ୍ରଦର୍ଶନ

       କରି ଲଭିଗଲା ଯଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍