STORYMIRROR

tikeshwar sahu

Others

4  

tikeshwar sahu

Others

ଗୁରୁଦେବ

ଗୁରୁଦେବ

1 min
377



ଗୁରୁ ଯେ ପରମ ବାନ୍ଧବ,

ଗୁରୁଙ୍କ ପାଖ ନ ଛାଡ଼ିବ |


ଗୁରୁ ହିଁ ପରମ ଈଶ୍ୱର,

ସେବିବ ତାଙ୍କରି ପୟର |


ଗୁରୁ ଯେ ଦେବତା ସ୍ୱରୂପ,

ଗୁରୁ ସେବିଲେ ଛାଡ଼େ ପାପ |


ଶ୍ରୀଗୁରୁ ନାମଟି ସ୍ମରଣ,

କରିବ ନିତି କ୍ଷଣ କ୍ଷଣ |


ଗୁରୁ ଅଟନ୍ତି ଦୟାମୟ,

ବଚନ ପୁଣି ପ୍ରେମମୟ |


ମଧୁର ଗୁରୁଙ୍କ ବଚନ,

ତାଙ୍କୁ ସର୍ବଦା କର ଧ୍ୟାନ |


ଗୁରୁ ଖଣ୍ତିବେ ପାପତାପ,

ଅସାର ସଂସାର ସନ୍ତାପ |


ଜୀବନ ଗୁରୁଙ୍କ ଚରଣେ,

ଅର୍ପିବା ତାଙ୍କରି ସ୍ମରଣେ |


ଗୁରୁଙ୍କ ନାମ ସଂକୀର୍ତ୍ତନ,

ସର୍ବଦା କରୁଥିବା ଗାନ |


ଦୂରିତ ହୋଇବ ଅଜ୍ଞାନ,

ଶୁଦ୍ଧ ହୋଇବ ଚିତ୍ତ ମନ |


ସଦଗୁରୁ କରିବା ଭଜନ,

ତେବେ ଲଭିବା ଦିବ୍ୟଜ୍ଞାନ |


ଅନିତ୍ୟ କ୍ଷଣିକ ସଂସାର,

ଧର୍ମ

ଧାରଣା ଧ୍ୟାନ କର |

 

ତେବେ ତରିବା ଭବଭାର,

ଗୁରୁ ଯେ କରିବେ ଉଦ୍ଧାର |


ଦିବ୍ୟ ଚେତନା ନର ଦେହେ,

ଗୁରୁ ଚେତନା ସେଥି ମୋହେ |


ମାତା ଓ ପିତା ଜ୍ଞାନଦାତା,

ଶିଷ୍ୟଙ୍କ ଅଟଇ ବିଧାତା |


ଯାହା ଦେଖଇ ଚକ୍ଷୁ ମୋର,

ଜ୍ଞାନ ପ୍ରାପତି ଶୁଦ୍ଧ ଝର |


ମାନବ କଲ୍ୟାଣ ନିମିତ୍ତ,

ଗୁରୁ ପଦାଙ୍କ ଅଟେ ସତ |


ଗୁରୁ ମହିମା ଗାନ କରି,

ଭବ ସଂସାରୁ ଯିବା ତରି |


ଗୁରୁରେ ଅଖଣ୍ତ ବିଶ୍ୱାସ ,

ଜ୍ଞାନ ଗାରିମା ଆସେ ପାଶ |


ଶ୍ରୀଗୁରୁ ଚରଣେ ନମିବା,

ଜୀବନ ଧନ୍ୟ ଯେ କରିବା | 


ନମୋ ନମୋ ହେ ଗୁରୁଦେବ,

ପଦ ବନ୍ଦଇ ଧରି ଭାବ |


ତବ ପଦକୁ ଅନୁସରି,

ସଦା ଚାଲିବି କାର୍ଯ୍ୟ କରି |


ଅବଶ୍ୟ ତବ ଆଶୀର୍ବାଦେ,

ପାଇବି ମୁକ୍ତି ପ୍ରଭୁପଦେ |



Rate this content
Log in