STORYMIRROR

Mrunmayee Behera

Others

3  

Mrunmayee Behera

Others

ଗୁରୁ

ଗୁରୁ

1 min
198

ଗୁରୁ ହିଁ ଇଶ୍ଵର ଗୁରୁ ମହେଶ୍ଵର

ଗୁରୁ ହିଁ ପ୍ରକୃତ ସ୍ରଷ୍ଟା 

କଣ୍ଟକିତ ପଥ କରି କୁସୁମିତ

ଶିଷ୍ୟର ଦେଖନ୍ତି ନିଷ୍ଠା।


ହୃଦୟେ ଗୁରୁଙ୍କ ମାତାର ମାତୃତ୍ଵ

ବାହ୍ୟେ ପିତାଙ୍କ ଆକଟ 

ଚିନ୍ତା ଚେତନାରେ ଚୈତନ୍ୟର ଭାବ

ଶ୍ରୀଫଳ ଭାବେ ପ୍ରକଟ ।


ଅଜ୍ଞାନ ତିମିର ନାଶ କରି ମନୁ

ଜାଳନ୍ତି ଜ୍ଞାନର ଜ୍ୟୋତି 

ସତ୍ୟ ନ୍ୟାୟ ନିଷ୍ଠା ପଥେ ବ୍ରତୀ କରି

ଅଚିରେ ଦିଅନ୍ତି ମୁକ୍ତି ।


ଗୁରୁ ହିଁ ଜାଣନ୍ତି ଗୁରୁଙ୍କ ମହିମା

ଆଉ ଜାଣେ ନାହିଁ ଆନ 

ଯୁଗେ ଯୁଗେ ପ୍ରଭୁ ରାମ କୃଷ୍ଣ ରୁପେ

ଗୁରୁଙ୍କ ରଖନ୍ତି ମାନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍