ଗୁରୁ
ଗୁରୁ
1 min
192
ଆପଣାର କରି ନିଅ
ହେ ଗୁରୁ ଦେବ,
ଆପଣାର କରିନିଅ
ଶରଣକୁ ମୁଁ ଆସିଛି ତୁମର,
ଚରଣେ ଶରଣ ଦିଅ
ଆପଣାର କରି ନିଅ....
ମାତା ପିତା ଭଳି ତୁମକୁ ଭାବିଛି,
ତୁମ ବିନା କିଏ ନିଜର ମୋ ଅଛି।
ମନ ର କଥାକୁ ଆଉ କିଏ ବୁଝିବ,
ଦୁଃଖ ବେଳେ କିଏ ସାହା ହେବ।
ସବୁ ଦୁଃଖ ହରି ନିଅ
ହେ ଗୁରୁ ଦେବ,
ଆପଣାର କରି ନିଅ......
ତୁମେ ରହିଅଛ ମାୟାଠୁ ଦୂରରେ,
ମୁଁ ଯେବୁଡି ଗଲି ମାୟା ର ସାଗରେ।
ହୃଦୟରୁ ତୁମ ଜ୍ଞାନ ତ ବାହାରେ,
ଅଜ୍ଞାନ ଭରିଛି ମୋର ଏ ଶରୀରେ।
କୃପା ମୋତେ କରି ନିଅ
ହେ ଗୁରୁ ଦେବ
ଆପଣାର କରି ନିଅ......
