ଗୁରୁ
ଗୁରୁ

1 min

143
ଅଜ୍ଞାନର ଅନ୍ଧକାରରୁ ଠାରୁ
ଜ୍ଞାନର ଆଲୋକ ପର୍ଯ୍ୟନ୍ତ ଯାତ୍ରା
ପଥ ନଥିଲା ଏତେ ସୁଗମ
ତଥାପି ଚାଲିବାର ଥିଲା
ହଜିବାର ଥିଲା
ବୁଡିବାର ଥିଲା
କାରଣ ତ ଜଣା ନଥିଲା
କିନ୍ତୁ ଏତିକି ଜଣା ଥିଲା
କେହି ଜଣେ ସାଥିରେ ଅଛନ୍ତି ।
ଆଉ କାନରେ କହୁଛନ୍ତି
ତୁ ଚାଲେ ପଡିବା ଉଠିବା
ସମୟର ଏକ ସୁଅ ମାତ୍ର
ପ୍ରସିଦ୍ଧ ନହେଲେ ନାହିଁ
ଭଲ ମଣିଷ ହୋ
ଉଠ୍ ଯା କର୍ତ୍ତବ୍ୟ କର
ସଂସାରରେ ରହିବୁ ଯେତେଦିନ
ସଭିଙ୍କ ହୃଦୟରେ କରି ଯା ଘର ।