STORYMIRROR

Madhabi Patel

Others

3  

Madhabi Patel

Others

ଗୁରୁ

ଗୁରୁ

1 min
13.6K



ଅବଚେତନାର ଅନ୍ଧାର ହଟାଇ

ଯେ ଜଳାଏ ଦିବ୍ୟ ଜ୍ୟୋତିଟିଏ।

ମୁକୁଳା ଛାତିର ଭିତରେ

ଥାପେ ଯେ ଜ୍ଞାନର ମୋତିଟିଏ।

ଯେ ବତାଏ ସଂସାରକୁ ପଥ

ଚାଲିବାକୁ ହୋଇ ସାଥିଟିଏ।

ଯୁଝିବାକୁ ସଂଘର୍ଷ ଭିତରେ

ପଥ ପ୍ରଦର୍ଶକ ପୋଥିଟିଏ।

ଅଗ୍ରପୂଜ୍ୟ ଈଶ୍ବରଙ୍କ ଠାରୁ

ଗୁରୁସିଏ ଶ୍ରଦ୍ଧା ଭକ୍ତି ଟିଏ।

ବତାଏ ଯେ ଈଶ୍ବରଙ୍କ ପଥ

ତାପରି ଜଗତେ ଆଉ କିଏ।


ମାଧବୀ ପଟେଲ।

ଗୁରୁଦୀବସ ଉପଲକ୍ଷେ


Rate this content
Log in