STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଗୁରୁ ଶିଷ୍ୟ ସମ୍ପର୍କ

ଗୁରୁ ଶିଷ୍ୟ ସମ୍ପର୍କ

1 min
202

ଯୁଗ ଯୁଗ ଧରି ରହିଛି ଗୁରୁ ଶିଷ୍ୟ ସମ୍ପର୍କ

ଆତ୍ମା ସହିତ ପରମାତ୍ମାର ଏତ ନିବିଡ ସମ୍ପର୍କ

ଗୁରୁ ଶିଷ୍ୟର ମନ କଥା ବୁଝି ପାରନ୍ତି

ସବୁ ଦୁଃଖକୁ ହରି ନେଇ ଜ୍ଞାନ ଦିଅନ୍ତି

ଗୁରୁଙ୍କ ଜୀବନରେ ସ୍ଵାର୍ଥର ସ୍ଥାନ ନାହିଁ

ଗୁରୁ ସବୁ ତ୍ୟାଗ କରି ଥାନ୍ତି ଶିଷ୍ୟ ପାଇଁ

ଗୁରୁ ଏକ ସାଧାରଣ ମଣିଷ ନୁହନ୍ତି

ସେ ଗୁଣାତୀତ ହୋଇ ଜ୍ଞାନ ଦିଅନ୍ତି

ଶିଷ୍ୟର ଉନ୍ନତି ଦେଖି ଗୁରୁଙ୍କ ଆତ୍ମା ଶାନ୍ତି ହୁଏ

ଗୁରୁଙ୍କ ପରି ଏତେ ନିଜର ହେବ ଆଉ କିଏ

ଗୁରୁ କେବେ ପକ୍ଷପାତ କରନ୍ତି ନାହିଁ

ସବୁ ଶିଷ୍ୟକୁ କୋଳାଇ ନିଅନ୍ତି ଦୟା ବହି

ଗୁରୁଙ୍କ ସ୍ନେହ ସଦା ମନେ ରହି ଥାଏ

ଗୁରୁଙ୍କ ମାର୍ଗ ଦର୍ଶନ ଶିଷ୍ୟକୁ ପଥ ଦେଖାଏ



Rate this content
Log in