Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHINMAYEE PRADHAN

Others Children

3  

CHINMAYEE PRADHAN

Others Children

ଗୁରୁ ହିଁ ସାକ୍ଷାତ ଈଶ୍ବର

ଗୁରୁ ହିଁ ସାକ୍ଷାତ ଈଶ୍ବର

1 min
164


ତୁମେ ବନ୍ଦନୀୟ 

ତୁମେ ପୂଜନୀୟ

ଗୁରୁ ତୁମେ ଗରୀୟାନ

ଅନ୍ଧକାରେ ଶିଖା ଆଲୋକର

ଗୁରୁ ତୁମେ ହିଁ ସାକ୍ଷାତ ଈଶ୍ବର। 


ଗୁରୁ ତୁମେ ବ୍ରହ୍ମା 

ଗୁରୁ ତୁମେ ବିଷ୍ଣୁ 

ଗୁରୁ ତୁମେ ମହେଶ୍ବର 

ତୁମେ ହିଁ ତ ପୂଜ୍ୟ ସଂସାରର

ଗୁରୁ ତୁମେ ହିଁ ସାକ୍ଷାତ ଈଶ୍ବର ।


ଗୁରୁ ତୁମେ ସତ୍ୟ

ଗୁରୁ ତୁମେ ଶିବ

ଗୁରୁ ତୁମେ ହିଁ ସୁନ୍ଦର 

ତୁମେ ହିଁ ତ ଧାର ବିଶ୍ବାସର

ଗୁରୁ ତୁମେ ହିଁ ସାକ୍ଷାତ ଈଶ୍ବର ।


ଗୁରୁ ତୁମେ ଆଶା 

ଗୁରୁ ହିଁ ଭରସା 

ଗୁରୁ ଶିଖାଇଛ ଭାଷା 

ତୁମେ ସମାଧାନ ସମସ୍ଯାର 

ଗୁରୁ ତୁମେ ହିଁ ସାକ୍ଷାତ ଈଶ୍ବର ।


ଗୁରୁ ମୁକ୍ତି ପଥ

ଗୁରୁ ଭାଗବତ

ଗୁରୁ ଚରଣରେ ମାଥ

ପଥ ପ୍ରଦର୍ଶକ ଜୀବନର

ଗୁରୁ ତୁମେ ହିଁ ସାକ୍ଷାତ ଈଶ୍ବର ।


ଗୁରୁ ପ୍ରତିଷ୍ଠାତା 

ଗୁରୁ ପ୍ରାଣଦାତା

ଗୁରୁ ତୁମେ ବିଦ୍ୟାଦାତା 

ତୁମେ ହିଁ ଶିଖାଅ ସଦାଚାର 

ଗୁରୁ ତୁମେ ହିଁ ସାକ୍ଷାତ ଈଶ୍ବର ।


ଗୁରୁ ତୁମେ କର୍ମ

ଗୁରୁ ତୁମେ ଧର୍ମ

ଗୁରୁ ତୁମେ ପ୍ରଭୁ ନାମ

ତୁମେ ହିଁ ତ ମର୍ମ ସଂସାରର 

ଗୁରୁ ତୁମେ ହିଁ ସାକ୍ଷାତ ଈଶ୍ବର ।


 


Rate this content
Log in