ଗୁରୁ ଆମ ଈଶ୍ୱର
ଗୁରୁ ଆମ ଈଶ୍ୱର
ବନ୍ଦଇ ଶ୍ରୀ ଗୁରୁ ଚରଣ,
ଗୁରୁ ହିଁ ସ୍ଵୟଂ ନାରାୟଣ ।
ଅନ୍ଧାରୁ ଆଲୋକ ଦେଖାଇ,
ସୁପଥେ ନିଅନ୍ତି ଚଳାଇ ।
ପ୍ରଥମେ ମାତା ପିତା ଗୁରୁ,
ବୋଲାନ୍ତି ସେହି ଆଦ୍ୟ ଗୁରୁ ।
ଲାଳନ ପାଳନ କରନ୍ତି,
ସ୍ନେହ ଶ୍ରଦ୍ଧାରେ ପାଳିଥାନ୍ତି ।
ଦ୍ବିତୀୟେ ଶିକ୍ଷା ଦାନ ଗୁରୁ,
ତୃତୀୟେ ଦୀକ୍ଷା ଦାନ ଗୁରୁ ।
ଜୀବନ ମାର୍ଗ ଦରଶନ,
ଦେଇ ନିଜର ଶିକ୍ଷା ଦାନ ।
ରାଷ୍ଟ୍ରକୁ ଗଢନ୍ତି ସୁନ୍ଦର,
ଛାତ୍ରଙ୍କୁ କରି ଆଗୁସାର ।
ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର,
ଗୁରୁ ହିଁ ସାକ୍ଷାତ ଈଶ୍ୱର ।
ଗୁରୁଙ୍କୁ ନ ମଣିବା ନର,
ଗୁରୁ ହିଁ ଚଳନ୍ତି ଠାକୁର ।
ସେବିଲେ ଗୁରୁଙ୍କ ପୟର,
ସଂସାରୁ ହୋଇଯିବା ପାର ।
