STORYMIRROR

Mahesweta Panigrahi

Others

4  

Mahesweta Panigrahi

Others

ଗୁହାରୀ ମୋ ଶୁଣ

ଗୁହାରୀ ମୋ ଶୁଣ

1 min
393


କଷ୍ଟ ଦୁଃଖ ନିଜର ମଣି ମୁଁ

ଆପଣାର କଲି ଯେ ପର,

ଇଚ୍ଛା ସବୁ ଜଳାଞ୍ଜଳି ଦେଲି

ଦୃଢ଼ କଲି ଚିତ୍ତ କୁ ମୋ'ର,

ଯେଉଁ ପଥ ତୁମେ ଖୋଲି ଦେଲ

ତା'କୁ ଏକା କଲି ହେ ନିଜର,

କୁହ ପ୍ରଭୁ କେଉଁ ପାପ ପାଇଁ

ଦିଅ ଏତେ ଦଣ୍ଡ ଯେ କଠୋର।


ନ୍ୟାୟ ସାଥେ ଚାଲିଲି ସର୍ବଦା

ଧର୍ମ ପାଇଁ ଯୋଡ଼ିଲି ମୁଁ କର,

ମାନବୀୟ ଗୁଣଜ୍ଞାନ ଧରି

ସତ୍ୟନିଷ୍ଠ ହେଲି ମୁଁ ପ୍ରବର,

ତଥାପି ଯେ ଭରି ଦେଲ କାହିଁ

ତୁମେ ମୋର ଦୁଃଖ ର ଭଣ୍ଡାର,

କୁହ ପ୍ରଭୁ କେଉଁ ପାପ ପାଇଁ

ଦିଅ ଏତେ ଦଣ୍ଡ ଯେ କଠୋର।


ନିତି ନିତି ମରଣ କୁ ଦେଖେ

ବଞ୍ଚିବା ତ ହୁଏ କଷ୍ଟକର,

ଢାଳି ଦିଏ ଲହୁ ଲୁହ ରୂପେ

ଦୁଃଖେ ଅତି ହୁଏ ମୁଁ କାତର,

ତୁଣ୍ଡେ ଖାଲି ତୁମ ନାମ ଆସେ

ତୁମେ ପରା ଧର୍ମ ରକ୍ଷା କର,

କୁହ ପ୍ରଭୁ କେଉଁ ପାପ ପାଇଁ

ଦିଅ ଏତେ ଦଣ୍ଡ ଯେ କଠୋର।


ଅଭିମାନ ବାଡ ଭାଙ୍ଗିଦେଇ

ଅମାନିଆ ଅଶ୍ରୁ ର ନିର୍ଝର,

ଲୋଟିଯାଏ ତୁମ ପଦ୍ମ ପାଦେ

ଧୋଇବାକୁ ତୁମରି ପୟର,

ଭୟାକୂଳ ପରିସ୍ଥିତି ଏଠି

ତୋଳି ନିଅ ହସ୍ତେ ହସ୍ତ ମୋର

ତୁମେ ଏକା ସାହାଭରଷା ମୋ

ଶୁଣ କର୍ଣ୍ଣେ ଗୁହାରୀ ମୋହର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍