STORYMIRROR

Sarojini Jena

Others

3  

Sarojini Jena

Others

ଗ୍ରୀଷ୍ମ ଗୋଧୂଳି

ଗ୍ରୀଷ୍ମ ଗୋଧୂଳି

1 min
220


ଯେବେ ସଞ୍ଜ ଆସେ ନଇଁ 

ଗୋଧୂଳି ଲଗନେ ଘଣ୍ଟ ଘଣ୍ଟି ନିନାଦେ 

ମନ୍ଦିରେ ଆଳତି

ନବବଧୂ ଜାଳେ ସଞ୍ଜବତୀ ବୃନ୍ଦାବତୀ ମୂଳେ,

ପକ୍ଷୀ କାକଳିରେ କମ୍ପେ ଚତୁଃର୍ଦିଗ

ବାହୁଡ଼ି ଯାଆନ୍ତି ସେତ,

 ଯେଝା ଆଳୟକୁ ହୋଇ ପଂକ୍ତି ମୟ.

ପଶ୍ଚିମାକାଶେ ଛାଇ ଯାଏ,

ସବିତାଙ୍କ ରକ୍ତିମ କିରଣ

ସୁଲୁସୁଲୁ ବାଆ ବହି,

କ୍ଷୀଣ କରେ ଶରୀର ଉତ୍ତାପ

ଭାସ୍କରଙ୍କ କିରଣ ପ୍ରକୋପ ହୁଏ ଶାନ୍ତ 

ଯେବେ ଆସେ,

ଗ୍ରୀଷ୍ମ ଗୋଧୂଳି ଗୋପଲଙ୍କ ଟପ ଟପ ଶବ୍ଦ

ଗାଁ ଦାଣ୍ତ ଧୂଳି ଆଚ୍ଛାଦିତ ମଲ୍ଲୀ ଫୁଲର ବାସନା

 ସନ୍ଧ୍ୟାକୁ କରେ ବାସ୍ନାମୟ

ବୈଶାଖୀର ରୂପ ଚର୍ଯ୍ୟା କୃଷ୍ଣଚୂଡ଼ାର ସୌନ୍ଦର୍ଯ୍ୟ,

ପାଦପକୁ କରେ ଦ୍ବିଗୁଣିତ

ଦୂର ଦିଗବଳୟେ ଭାସି ଆସେ ଡାହୁକର ଶବ୍ଦ 

କଜଳପାତିର କିଚିରି ମିଚିରି କଳରବ

ଯେବେ ଗୋଧୂଳି ଲଗନ ହୁଏତ ପ୍ରବେଶ,

ଭଲ ଲାଗେ ଛାଇ ଲେଉଟାଣି ବେଳ

ବୈଶାଖୀର ତାତି ଚଇତାଳି ବାଆର ଫେଣ୍ଟା ଫେଣ୍ଟି ଋତୁ ଟିଏ ପୁଣ 

ଜଳୁଛି ସହର ତୀବ୍ର ଉତ୍ତାପରେ,

 ଗ୍ରୀଷ୍ମର ଗୋଧୂଳି ଲଗନ

ରୌଦ୍ର ତାପେ ମହୀ ହନ୍ତସନ୍ତ,

ଜୀବ ଜନ୍ତୁଙ୍କର ପୀଡା

ବୃକ୍ଷ ଶୁଷ୍କ ଆଦିତ୍ୟଙ୍କ ପ୍ରବଳ ପ୍ରକୋପେ,

ଚାତକ ବି ନିରବ ନିଶ୍ଚଳ ପ୍ରତୀକ୍ଷାରତ ବର୍ଷାର ଧାରାକୁ

ଝିଲମିଲ ଖରା ମରୀଚିକା ସମ

ଅଟ୍ଟହାସ୍ୟ ମାରିଛି ଗ୍ରୀଷମ ଜିତିଛି ତା ବାଜି

ରାଜା ହୋଇ ପିନ୍ଧିଛି ମୁକୁଟ,

 ତତାଉଛି ପୃଥ୍ଵୀ ଜୀବଗଣେ

ନିଶୁନ ଲାଗଇ ଚତୁଃର୍ଦିଗ ବିଷମ ଜ୍ବଳା

ତ ସହି ହୁଏ ନାହିଁ,

ଏପରି ହସଲୁହ ଭରା ସୁଖ ଦୁଃଖ ଆସିବା ଯିବାରେ ସମୟ ହୁଏ ପ୍ରବାହିତ

ଜାଣିତ ହୁଏନା,

ପୁଣି ଅପେକ୍ଷା ଭିନ୍ନ ଋତୁ ଭିନ୍ନ ଅନୁଭବ,

ଭିନ୍ନ ଲଗନକୁ ତଥାପି ନିଆରା ଲାଗୁଛି ଏ ଗ୍ରୀଷମ ଗୋଧୂଳି ଲଗନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍