STORYMIRROR

Sanjya Tripathy

Others

3  

Sanjya Tripathy

Others

ଗ୍ରୀଷ୍ମ 2021

ଗ୍ରୀଷ୍ମ 2021

1 min
160


ନିର୍ଜୀବ ପ୍ରଭାତରେ ଜୀବନର କୁଆଁ କୁଆଁ ରାବ

ଗଣଧର୍ଷିତା ପ୍ରଭାତୀର ଅନୁକମ୍ପା ମୂଳକ ସମର୍ଥନର ଭାବ

ପରକୀୟା ପ୍ରୀତିର ଅନ୍ତିମ ଅଧ୍ୟାୟରେ ତାଜା ରକ୍ତର ଛିଟା -

ପ୍ରଦୂଷିତ ପ୍ରଶାସନର ପଶାପାଲିରେ ପାଟମାଟ-

ପଚିଶ ପ୍ରକୃତି

ଉତର ଦାୟିତ୍ୱବିହୀନ କର୍ମ ସଂସ୍କୃତିରେ ଦୁର୍ନୀତିର

ଅନୁପ୍ରବେଶ

ଗ୍ରୀଷ୍ମର ଆଦ୍ୟ ଆଗମନରେ ପରିବର୍ତ୍ତିତା ପ୍ରକୃତି

ଗରମ ଦେହରେ ଦାହର ସଂକୁଚିତ ମୂର୍ଚ୍ଛନା ଓ ଭର୍ତ୍ସନା

କ୍ରମବର୍ଦ୍ଧିତ ଗ୍ରୀଷ୍ମର ଚିରଂତନ ଆବାହନୀ ସଂଗୀତର

ଲାଳିତ୍ୟ

ଏସବୁ ଗୋଳମାଳରେ ତୟାର ହୁଏ ନଷ୍ଟ

ଗଧର ଅସହାୟତା

ଯକ୍ଷପ୍ରଶ୍ନ ଓ ଅବୋଲକରା କାହାଣୀର ପ୍ରଲ୍ୟବିତ ପ୍ରହେଳିକା

ବାସହୀନ ପଳାଶ ଫୁଲର ଆମୂଲିପିରେ ପ୍ରଣୟର ପ୍ରତ୍ୟୟ

ଲକ୍ଷ୍ୟଚ୍ୟୁତ ଉଲକାର ପତନରେ- ଫୁଜୀଭୂତ ଅସଂତୋଷର

ଉଦଗୀରଣରେ

ଅଣଚାଷ ପବନରେ- ମହକି ଯାଉଥିବା

ମଧୁକ୍ଷରା ସୁରଭୀରେ

ମୃଦୁ ପାନୀୟର ବିପଣୀରେ- ଆଇସକ୍ରିମର କୁହୁକରେ

ବୃନ୍ତଚ୍ୟୁତ କଳିକାର ଅଧ୍ୟ ପତିତ

ସ୍ୱପ୍ନରେ- ଦିଶାହୀନତାରେ

ଅକଥନୀୟ ତ୍ରଣାଭରା ଏକ ବିଦଗଧ ଫୁଲବନରେ

ଅତୀଦ୍ରିୟ ଚେତନାର ଆସ୍ତରଣରେ କଳା ଭାସବାଦଲ

ମୃତ୍ୟୁ ଚେତନା ଜୀବନ୍ତ ହେଉଛି ଅଜ୍ଞାତବାସର

ଦିନଲିପିରେ

ଏ ସୁନ୍ଦର ପରିପୁଷ୍ଟ ପରିବେଷ୍ଟନୀର

। ଝରିଆସୁ ପକ୍ୱ ଶ୍ରମିକର ପ୍ରଶାନ୍ତ

ପ୍ରପାତିରେ ।



Rate this content
Log in