ଗରୀବର ଜୀବନ
ଗରୀବର ଜୀବନ
କମାଲେ ଖାଏସନ୍ ନାଇହେଲେ
ଭୁକେ ସୁଇ ପଡସନ୍,
ଗରିବର୍ କଥା କହେମି ଆଏଜ୍
କେତେ ଭଲ୍'ଲୋକ୍ ଥିସନ୍ ।
ସବୁଦିନର୍ ଟା ସବୁଦେନେ ସର୍'ସି
ଯାହା ପଏସା କମାସନ୍,
କିଏ ଦେଖିଛେ କାଏଲ୍ ଦିନ୍'କେ
ହେ କଥା କହୁଥିସନ୍ ।
କେଭେ ନାଇଁଥାଏ ଭେଦଭାବ୍ ତାକର୍
ମନ୍ ସବୁବେଲେ ପଏର୍'ଛା,
କୁନୁଆଁ ଯଦି କିଏ ଘର୍'କେ ଆଏଲେ
ବଡା କରସନ୍ ଖର୍'ଚା ।
ନାଇଥାଉ ପାସେ ପଛେ ପଏସା କଉଡ୍
ବେଭାର୍ ବନେ ଦେସନ୍ ,
କୁନୁଆଁ ଆଏଲା ବନ୍ଧୁକେ ଭଗବାନ୍ ଲେଖେ
ସରାଗେ ପୂଜା କରିଥିସନ୍ ।
ଦୁଃଖର୍ ସମିଆଁଥି ସବୁବେଲେ ପାଖେରହି
ସେବା, ଯତନ୍ କରସନ୍,
ଭାବର୍ ଡୋରି ତାକର୍ କେଭେ ନାଇଁ ଛିଡେ
ମୁନୁଷ୍'କେ ମୁନୁଷ୍'ଲେଖେ ଦେଖସନ୍ ।
ହକ୍ କମାସନ୍, ହକ୍ ମାଗସନ୍ ତାକର୍
କାହାକେ କେଭେ ନାଇଁ ଡରତ୍,
ତାହାକୁ କିଏ ଖରାପ୍ ବେଭାର୍ ଦେଖାଲେ
ସେଟାକେ ନାଇଁ ଛାଡତ୍ ।
ଗରିବର୍ ମନ୍ ସଫା କାଚର୍ ଦରପନ୍
ମଏଲା ନାଇନ ଟିକେ,
ତାର୍ ପେରେମର୍ ମିଠା ମହନୀ
ସମ୍'କର୍ ଠାନେ ରୁକେ ।
