STORYMIRROR

Kailash Chandra Sahani

Others

4  

Kailash Chandra Sahani

Others

ଗରୀବ

ଗରୀବ

1 min
358


ଗରୀବ ହୋଇ ଜନ୍ମ ହେବା

ଏକ ଅଭିଶାପ ନା

ପୂର୍ବଜନ୍ମ ର କର୍ମଫଳ ?

ଜନ୍ମ ତ ସର୍ବକାଳେ ଈଶ୍ବର ଆୟତ

ସେ ଧନୀ ହେଉ ବା ଗରୀବ !

ନିଜ ଅଜାଣତରେ ଦେବଶିଶୁ

ମଣ୍ଡୁଥାଏ ସ୍ନେହମୟୀ ମାଆର କୋଳ ।


ଗରୀବ ଭାଗ୍ୟ ସହ ଯୁଝେ

ନିଜ ଅଭାବବୋଧ କୁ ଗଣ୍ଠୁଲି କରି

ବାଟ ଚାଲେ,

କେତେ ଝୁଣ୍ଟେ କେତେ କ୍ଷତାକ୍ତ ହୁଏ

ତା ଦେହ ମନ ,

ତଥାପି ,ପଥ ସରେନା କି ଯାତନା ବି ....!


ଗରୀବ ନିଇତି ତୁମ ଘର ଅଇଁଠା ବାସନ ମାଜେ

ତୁମ ଫୁଲ ବଗିଚାରେ ଫୁଲ ଫୁଟାଏ ,

ତୁମ ପାଇଁ ତୋଳେ ରାଜ ନଅର ',

ତୁମ ଯୋତା ପାଲିସ୍ କରିଦିଏ

ତୁମ ମଇଳା ଲୁଗା ସଫାକରେ

ତୁମକୁ ରିକ୍ସାରେ ବସାଇ ବୁଲାଏ

ବାଲି ଯାତରା ।

ଏଇତ ଗରୀବର ଭାଗ୍ୟ !

ସେ ତୁମ ପାଇଁ ଯାହା କରେ ତାହା

ତା ଭାଗ୍ୟରେ କାଣିଚାଏ ବି ନଥାଏ ।


ତଥାପି ,

ତଥାପି ତୁମେ ଯେତେ ଧନୀ ବୋଲାଉଛ

କେତେ ଗରୀବ ସତେ ମନରେ .....

ରିକ୍ସା ବାଲାକୁ ଭଡା ଦେଲା ବେଳେ

ପରିବା ବିକାଳି ସହ ମୂଲ ଚାଲ କଲା ବେଳେ

ତୁମ ଘର ଚାକରାଣୀର ମାସିକିଆ ବେତନ ଦେଲା ବେଳେ

ଏତେ ଗରୀବ କେମିତି ହୋଇଯାଅ ମହାମାନ୍ୟ

ସାରଥୀ ସୁରଙ୍କ ପାଇଁତ ହାତ ଖୋଲି ଯାଏ ଆପେ ।

ଥରେ ଦେଖ ,

ଗରୀବ କେବେ କାହାର ଦୟାର ପାତ୍ର ନୁହେଁ

କିମ୍ବା କାହାର ବଶମ୍ବଦ !

ନିଜ ଲୁଣି ଲୁହର ହକ୍ ମାଗେ ସେ

ଦାଦା ବଟି ନୁହଁ ,

ସେ ଛିନ୍ ତାଇ କରେନି

କରେନି ରାହାଜାନି

ଗରୀବ ତୁମର ସେବା କରେ

ତୁମକୁ ଈଶ୍ବର ମାନେ ।

ତୁମ ମନର ବଡ ଦାଣ୍ଡରେ

ଟିକିଏ କରୁଣା ପାଇଁ ସେ ଗୋଡ ଭାଙ୍ଗି ଠିଆହୁଏ ।


ଥରେ ଗରୀବର ହୃଦୟ ଚିରି ଦେଖ

ଦେଖିବ ସେଠି କେମିତି ସଖା ସୁଦାମାର ପାଦଚିହ୍ନ

ଥରେ ଅନୁଶୀଳନ କର ତା ଅନ୍ତରାତ୍ମା

ପାଇଯିବ ଦାସିଆ ବାଉରୀ କୁ ।

ସେମାନେ ମନରେ ତୁମଠୁ ଆହୁରି ଧନୀ

ଆହୁରି ଜ୍ଞାନୀ ,ପଣ୍ଡିତ ।

ତୁମ ନିଲଠା ବଡପଣକୁ ଭାଙ୍ଗିଭୁଙ୍ଗି ସିନ୍ଦୁକରେ ଥୋଇଦିଅ ସାଆନ୍ତେ,

ଥରେ ଗରୀବର ଜୀବନ ଭିତରକୁ ନିରେଖି ଦେଖ

କେତେ ତ୍ୟାଗ ତିତିକ୍ଷାରେ

ସମର୍ପିତ ଜୀବନ

କେତେ ହା ହତାସର ବତାସରେ ଉଜୁଡା ସପନ

କେତେ ଭାଙ୍ଗୁଚି ଗଢୁଚି ନିଜକୁ

ଗରୀବ ବୋଲି ସିନା !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍