ଗରୀବ
ଗରୀବ
ଗରୀବ
~~~~
ଦିନ ରାତି ଏକାକାର କରି
ବୁହାଉଥାଏ ମୁଣ୍ତରୁ ଝାଳ
ମାଟି ସହ ମାଟି ହାେଇ
ସରିଯାଏ ମାେ ସାରା ଜୀବନ ।
କଅଁଳ ହାତ ଦୁଇଟି ଚାହିଁରହିଥାନ୍ତି ମାେର ଫେରିବା ବାଟକୁ
ଖୁଆଇଦେବି ନିଜ ହାତେ
ସ୍ନେହ ଯାେଡା ଭାତ ମୁଠିକ ।
ମାଆ ଡାକିନାହିଁ କେବେ ଦିନେ
ଜନ୍ମରୁ ଅନାଥ ସଜେଇ
ଛାଡିଗଲା ଏକେଲା କରି
ମାେ ହାତେ ସମର୍ପି ଦେଇ ।
ଓଦା ପିଣ୍ତାର ମାଟିକୁ ଜାବୁଡି
ପଡିରହେ ଅହରହ
ତା ଅନେକ ପ୍ରଶ୍ନର ଉତ୍ତର
ଖାେଜୁଥାଏ ଛିଣ୍ତା ମସିଣାଟିରେ ମାେର ।
ଲିଭେ ନାହିଁ ଯନ୍ତ୍ରଣା
ଶରୀରର ଅଦେଖା ଦରଜ
କାନ୍ଦୁଥାଏ ଗୁମୁରି ଗୁମୁରି
ବାଡେଇ ହୃଦୟକୁ ମାେର ।
ପ୍ରତି ରାତି ଆଖିର ଲୁହରେ
ଭିଜିଯାଏ ସାଇତା ସପନ
ଅଂକୁରିତ ହେବା ଆଗରୁ
ଲିଭି ଯାଇଛି ସଂପର୍କର ସଳିତା ଆମ ।
ତଥାପି ମରୁ ନି ପେଟର ଭାେକ
ହୃଦୟର ଅନେକ କାେହ
ଉଜୁଡା ନିଡଟି କୁଟାକାଠି ପାଇଁ
ଖାେଜୁଛି ଜଣଂକ ସେନେହ ।
