STORYMIRROR

Maitreyee Kamila

Others

3  

Maitreyee Kamila

Others

ଗରିବର ସ୍ବପ୍ନ

ଗରିବର ସ୍ବପ୍ନ

1 min
23

ଗରିବର ପୁଣି ସ୍ୱପ୍ନ 

ସେ କଣ କେବେ ନିଜ ଇଚ୍ଛାରେ

ଜିଇଁ ପାରେ

ନା ମରି ପାରେ


ମାଟି କାଦୁଅରେ ଟଳମଳ ପାଦ ତାର ସକାଳୁ ସଂଜ ଯାଏ ଭାରି ଅମାନିଆ ଅସ୍ଥିର 

କେବେ

ଜମିର ଫସଲକୁ ଅନେଇ 

ପୁଣି ଋଣ ସବୁ ଠିକ ସମୟରେ ସୁଝେଇ ପାରିବାର ଦକ୍ଷତାରେ ପ୍ରଶ୍ନ,


କେବେ ଭଙ୍ଗାଚାଳରୁ ଗଡୁଥିବା ଅମାନିଆ ବର୍ଷା ଆଉ ଅସହ୍ୟ ଅଦିନିଆ ବତାସକୁ ନେଇ।

 


ସବୁ ସେଇ କାଳିଆ ଭରସା

ସେ ଚାହିଁଲେ ପିଲା ଝିଲା ମଣିଷ ହେବେ

ସ୍ୱପ୍ନ ଟିଏ ଦେଖେ ନୀତି


ପିଲାଏ ମେଳି ବାନ୍ଧି ଗାଁ ସ୍କୁଲକୁ ଗଲାବେଳେ ଶୁଭୁଛି ଘୋ ଘୋ ଶବ୍ଦ।

ବର୍ଷ ପରେ ବର୍ଷ ବିତିଯାଉଛି

ବିଲରେ ଫସଲ ସୁନା ହୋଇ ଝଟକୁଛି

ତୁଳସୀ ଚୌରାରୁ ଠାକୁର ଘର ଯାକେ ଲକ୍ଷ୍ମୀପାଦ ଝୋଟିରେ ଘର ପୁରୁଛି।

ଏଇ ଗରିବର ଉଶ୍ୱାସ ପିଲାଙ୍କୁ ପାଠ ପଢେଇ ମଣିଷ କରିଛି

ଦିନ ରାତିର ଫରକ ଭଳି

ଏ ସନ ଘରଟା ଦମ୍ଭ ଧରିବାରୁ ବତାସକୁ ଆଉ ଡ଼ର ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍