ଗରିବର ସ୍ବପ୍ନ
ଗରିବର ସ୍ବପ୍ନ
ଗରିବର ପୁଣି ସ୍ୱପ୍ନ
ସେ କଣ କେବେ ନିଜ ଇଚ୍ଛାରେ
ଜିଇଁ ପାରେ
ନା ମରି ପାରେ
ମାଟି କାଦୁଅରେ ଟଳମଳ ପାଦ ତାର ସକାଳୁ ସଂଜ ଯାଏ ଭାରି ଅମାନିଆ ଅସ୍ଥିର
କେବେ
ଜମିର ଫସଲକୁ ଅନେଇ
ପୁଣି ଋଣ ସବୁ ଠିକ ସମୟରେ ସୁଝେଇ ପାରିବାର ଦକ୍ଷତାରେ ପ୍ରଶ୍ନ,
କେବେ ଭଙ୍ଗାଚାଳରୁ ଗଡୁଥିବା ଅମାନିଆ ବର୍ଷା ଆଉ ଅସହ୍ୟ ଅଦିନିଆ ବତାସକୁ ନେଇ।
ସବୁ ସେଇ କାଳିଆ ଭରସା
ସେ ଚାହିଁଲେ ପିଲା ଝିଲା ମଣିଷ ହେବେ
ସ୍ୱପ୍ନ ଟିଏ ଦେଖେ ନୀତି
ପିଲାଏ ମେଳି ବାନ୍ଧି ଗାଁ ସ୍କୁଲକୁ ଗଲାବେଳେ ଶୁଭୁଛି ଘୋ ଘୋ ଶବ୍ଦ।
ବର୍ଷ ପରେ ବର୍ଷ ବିତିଯାଉଛି
ବିଲରେ ଫସଲ ସୁନା ହୋଇ ଝଟକୁଛି
ତୁଳସୀ ଚୌରାରୁ ଠାକୁର ଘର ଯାକେ ଲକ୍ଷ୍ମୀପାଦ ଝୋଟିରେ ଘର ପୁରୁଛି।
ଏଇ ଗରିବର ଉଶ୍ୱାସ ପିଲାଙ୍କୁ ପାଠ ପଢେଇ ମଣିଷ କରିଛି
ଦିନ ରାତିର ଫରକ ଭଳି
ଏ ସନ ଘରଟା ଦମ୍ଭ ଧରିବାରୁ ବତାସକୁ ଆଉ ଡ଼ର ନାହିଁ।