Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଗ୍ରାମ୍ୟ ପ୍ରଭାତ

ଗ୍ରାମ୍ୟ ପ୍ରଭାତ

1 min
161



ବହଳ ଅନ୍ଧାର     ରାତି ପାହୁ ପାହୁ

ପୂରୁବେ ଆଲୁଅ    ଦିଶେ ଦାଉଦାଉ

ବିହଗିନୀ ମେଳେ   ବିହଗ କି ଆଉ

         ମଧୁର କାକଳି ଗାଇଲା ,

ଫିଟିଲା ବତ୍ସାଟେ   ହମ୍ବା ରଡି ଛାଡ଼ି

ଗୁହାଳ ଦୁଆରେ    ଦେହମୁଣ୍ଡ ଝାଡି

ମାଆର ପାଶକୁ    ଗଲା ଯହୁଁ ମାଡ଼ି

        ଥନରୁ କ୍ଷୀର କି ପାଇଲା ।


କଳ କଲ୍ଲୋଳିନୀ   ନିର୍ଝରର ନୀରେ

ସକାଳ ପବନ   ଖେଳୁଖେଳୁ ଧୀରେ

ଅମର ଲଟିର     ଗହଳ ଛାଇରେ

        ଡାହୁକ କି ଏବେ ରାବିଲା ,

କଦମ୍ବ ଗଛର      ଡାଳଟିରୁ ଖସି

ବନ କନିଅର     ମୂଳେ ଆସି ବସି

କପୋତଟି ତାର  ପ୍ରେମେ ଯାଇ ରସି

       କପୋତୀ ପାଇଁ କି ଭାବିଲା ।


ଅଧରେ ଅଧର     ରାତିସାରା ଛନ୍ଦି

କମଳିନୀ ଦଳେ   ସ୍ବଭାବରେ ଫନ୍ଦି

ରୁଦ୍ଧଶ୍ବାସ ଅଳି    ହୋଇଥିଲା ବନ୍ଦୀ

        ଫୁଟନ୍ତେ ତକ୍ଷଣେ ଉଡିଲା ,

ଅଳିପ ଯାଆନ୍ତେ     ଖିଲିଖିଲି ହସି

ଦିନକରେ ଦେଖି   ପୂର୍ବରାଗେ ବସି

ଆହୁରି ସରାଗେ   ଯାଉ ଯାଉ ରସି

       ସତେ କି ଲାଜରେ ବୁଡିଲା ।


ନୂଆବୋହୂ କିଏ   ସରସୀର କୂଳେ

ଭିଜା ଭିଜା ତନୁ    ସରମ ଆକୁଳେ

ବୁକୁକୁ ନିଜର   ଘୋଡେ଼ଇ ଦୁକୂଳେ

        ମଥାରେ ଓଢଣୀ ଢାଙ୍କିଲା ,

କୁମ୍ଭେ ନୀର ଆଣି   ନିଜ ମଥାପରେ

ସଜାଇ ରଖନ୍ତେ   ମୁଚୁଳା ଖାପରେ

ପାଦକୁ ବଢାଇ   ମନରେ ତାପରେ

         ସପନର ଛବି ଆଙ୍କିଲା ।


ପ୍ରବାସେ ଯାଇଛି   ଗେରସ୍ତ ଯାହାର

ଫେରିବା ବାଟକୁ  ଚାହିଁ ତା' ନାହାର

ନକହି କାହାକୁ    ବେଦନା ତାହାର

         ଫିଟିଲା କୁନ୍ତଳ ବାନ୍ଧିଲା ,

ଏକାକିନୀ ରହି    ପ୍ରତିଟି ନିଶାରେ

ବିଷାଦ ଭରଇ     ନିତି ଅଭିସାରେ

ବୁଦ୍ଧି ନ ଦିଶଇ    କେବଣ ଦିଶାରେ

         ସମ୍ଭାଳି ନପାରି କାନ୍ଦିଲା ।

         

ଲୋତକର ଭାରେ   ନଇଁଯାଏ ପତା

କା' ଆଗେ କହିବ    ଅନ୍ତରର କଥା

ମନରେ ମାରି ସେ   ନିଜ ମନବ୍ଯଥା

         ଉଦାସିନୀ ପରି ଦିଶିଲା ,

ନୟନ ଆସାରେ    କପାଳକୁ ବରି

ବିବଶ ବିରହେ    ଲାଜେ ଥରି ଥରି

କଳସଟେ ଧରି    ନୂଆବୋହୂ ପରି

       ଭୁଆସୁଣୀ ମେଳେ ମିଶିଲା ।



Rate this content
Log in