ଗ୍ରାମ୍ୟ ଜୀବନ
ଗ୍ରାମ୍ୟ ଜୀବନ
ସନ୍ଧ୍ୟା ଯେତେ ବେଳେ ଧିରେ ଧିରେ
ମାଡି ଆସଇ
ପାହାଡ଼ ଉହାଡେ ସୂର୍ଯ୍ୟଂକୁ ଯେପରି
ଦିଏ ଲୁଚାଇ
ମନ ମୁଗ୍ଧକର ଭାରି ସେହି ସୂର୍ଯ୍ୟାସ୍ତ
ସମୟର ସୁଷମା
ମନର ଭାବନା କିପରି ପ୍ରକାଶିବି କଅଣ
ଦେଇ ଉପମା
ଆନନ୍ଦେ ଫେରି ଆସୁଥିବା ମାଳ ମାଳ
ପକ୍ଷୀ ସବୁଂକୁ
ଦେଖି ଭାବେ, ନୀଡ କେତେ ଦରକାର
ସବୁ ପ୍ରାଣୀଂକୁ
ଅନ୍ଧାର ଆକାଶରେ ତାରା ସହ ଜହ୍ନମାମୁଁ
ହସୁ ଥାଇ
ଏ ଶୋଭା ଦେଖି ମଣିଷର ବୃଥା ଅହମିକା
କଥା ମନେ ପଡଇ
ପ୍ରଭାତେ ସୂର୍ଯ୍ୟ ବିରାଜନ୍ତି ପୂର୍ବ ଆକାଶେ
ଲୋହିତ କିରଣେ
ପୃଥିବୀ ଉଜ୍ଜ୍ୱଳ ଦିଶଇ ଶୁଭ୍ର ଆଲୋକର
ପ୍ରବଳ ବରଣେ
ଚଳ ଚଞ୍ଚଳ ହୁଅନ୍ତି ଧରାର ଜୀବ ବୃକ୍ଷଲତା
ସ୍ଥାବର ଜଙ୍ଗମ
ଶାନ୍ତି ମୈତ୍ରୀ ପ୍ରଗତିର ବାର୍ତ୍ତାର ଶୋଭା, ତାହା
ଅତି ଅନୁପମ
ପ୍ରବଳ ବର୍ଷାରେ ଭରିଯାଏ ଯେବେ ପାଖ ନଈ,
ପାଣି ହୁଏ ଏ କୂଳ ସେ କୂଳ
ମନରେ ହୁଏ ଭୟର ଆଶଙ୍କା, ଲୋପ ହୋଇ
ଯାଏ ମନର ଭରସା ବଳ।।
