STORYMIRROR

Rama chandra Pradhan

Others

3  

Rama chandra Pradhan

Others

ଗୋପବନ୍ଧୁ ଦାସ

ଗୋପବନ୍ଧୁ ଦାସ

1 min
374

ଉତ୍କଳର ମଣି ଉତ୍କଳ କୀରତି 

ତୁମେ ଗୋପବନ୍ଧୁ ଦାସ 

ମାନବ ସେବାରେ ଜୀବନ ଉତ୍ସର୍ଗୀ 

ମୁଖେ ତୁମ ସଦା ହସ l

ସତ୍ୟର ପୂଜାରୀ ମହାନ ବିନ୍ଧାଣୀ 

ତୁମେ ଅମୃତର ଧାରା 

ନୀତି ଆଦର୍ଶର ପଥ ପଦର୍ଶକ 

ଆକାଶର କୁଆଁତାରା l

ଓଡ଼ିଆ ସାହିତ୍ୟେ ସାରସ୍ୱତ ସ୍ରଷ୍ଟା 

ନାହିଁ ତୁମ ଭଳି କେହି 

ତୁମ କାବ୍ୟାମୃତ କାଳଜୟୀ ସୃଷ୍ଟି 

ନେଉଅଛି ମନ ମୋହି l

ସତ୍ୟବାଦୀ ନାମେ ବନ ବିଦ୍ୟାଳୟ 

ଗଢ଼ି ଯାଇଥିଲ ତୁମେ 

ଜାତିଆଣ ଭାବ ନଥିଲା ତୁମର 

ମନ ଥିଲା ଦେଶପ୍ରେମେ l

ଭକ୍ତିପୂତ ମନେ ପୂଜେ ମୁଁ ତୁମକୁ

ଦେଇ କି' ଶ୍ରଦ୍ଧା ସୁମନ 

ଲକ୍ଷେ ଜନଙ୍କର ହେ ମଉଡ଼ମଣୀ 

ଶ୍ରଦ୍ଧାଞ୍ଜଳି ମୋର ଘେନ l



Rate this content
Log in