ଗୋମାତା
ଗୋମାତା




ଗୋମାତା ଆମର ଉପାସ୍ୟ ଦେବତା
ଗୋଚାରଣ ଗୋ ଉପାସନା
ଗୋସେବା ଠାରୁ ପୂଣ୍ୟତ କିଛି ନାହିଁ
ପୂଣ୍ୟ ପୁଣି ଗୋ ଦର୍ଶନ ।
ପ୍ରଭୁଙ୍କ ବ୍ରଜଲୀଳା ଗୋମାତା ସାଥେ
ଗୋମାତା ସେବାରେ କର୍ମ
ଦ୍ଵାରିକା ଲୀଳାରେ ହୋଇଛି ବର୍ଣ୍ଣିତ
ଗୋସେବା ପରମ ଧର୍ମ ।
ଗୋମାତାଙ୍କ ଠାରୁ ଧର୍ମର ଜନମ
ବୃଷଭ ଧର୍ମ ସ୍ୱରୂପ
ମହାପାପୀ ଯଦି ଗୋସେବା କରିବ
ଦୂରୀଭୂତ ସର୍ଵ ପାପ ।
ଗୋମାତା ସିଙ୍ଘର ମୂଳ ଦେଶେ ବ୍ରହ୍ମା
ମଝିରେ କୃଷ୍ଣ କେଶବ
ସିଂଘର ଅଗ୍ରଭାଗେ ଶିଵ ଶଙ୍କର
ଗୋମାତା ରେ ତିନି ଦେଵ ।
ଗୋମାତାଙ୍କୁ ଯିଏକରେ ପ୍ରଦକ୍ଷିଣ
ବିଶ୍ୱ ପ୍ରଦକ୍ଷିଣ ସମ
ପ୍ରତିଦିନ ଯିଏ ଭୋଜନ ଦିଅଇ
ଗୋମାତାଙ୍କୁ ଜଳ ଦାନ
ଅଶ୍ୱମେଧ ଯଜ୍ଞର ପୂଣ୍ୟର ଫଳ
ଲଭିଥାଏ ସେହି ଜନ ।
ଗାଈ ବିନା ସୃଷ୍ଟି କଳ୍ପନା ନୁହଁଇ
ଗାଈ ହିଁ ବେଦର ସ୍ଥିତି
ଗାଈ ପାଶେ ସର୍ଵ ଯଜ୍ଞ ପ୍ରତିଷ୍ଠିତ
ଗୋସେବା ରେ ପ୍ରାୟଶ୍ଚିତି ।
ଗବ୍ୟ ପଦାର୍ଥ ସର୍ବେ ସେବନ ଦ୍ଵାରା
ସତ୍ୱ ଗୁଣ ପ୍ରକାଶିତ
ଉତ୍ତମ ଦାୟାଦ ହୋଇବା ସଂସାରେ
ସତ୍ ସଂସ୍କାର ସୃଷ୍ଟିତ ।
ପ୍ରତ୍ୟକ୍ଷ ରେ ହେଉ ବା ପରୋକ୍ଷେ ହେଉ
ଗୋବଂଶର ଵୃଦ୍ଧି ହେଉ
ଦୁଗଧ ଦହି ଘୃତ ପଞ୍ଚାମୃତରେ
ପ୍ରଭୁ ପୂଜା ଲାଗୁ ଥାଉ ।
ଗୋମାତାଠୁ ପବିତ୍ର କିଛି ନାହିଁତ
ପରିକ୍ରମା ଜ୍ଞାନ ପ୍ରାପ୍ତ
ଗୋବରରେ ଆଠ ଐଶ୍ୱର୍ଯ୍ୟ ରହିଛି
ଗୋଦାନେ ମୁକ୍ତି ନିଶ୍ଚିତ ।
କୃଷ୍ଣ ଯୁଧିଷ୍ଠିର କପିଳା ଗାଈର
ମୂତ୍ରରେ ମାର୍ଜନା ହେଲେ
ଆଶ୍ୱମେଧିକ ପର୍ଵରେ କପିଳା
ଧେନୁ ବିଷୟେ କହିଲେ ।
ଯଜୁର୍ବେଦେ ବର୍ଣ୍ଣିତ ଗାଈ ମହିମା
ସପ୍ତ ମଧୁ ମଧ୍ୟେ ଗାଈ
ଗୋମାତା ତୁଳନା ନାହିଁ କାହା ସାଥେ
ଐଶ୍ୱର୍ଯ୍ୟ ଉତ୍ସତ ସେଇ ।
ଦିବ୍ୟ ଶକ୍ତିର ଜନନୀ ସେ ଗୋମାତା
ଗୋ ରକ୍ଷାରେ ଦେବା ମନ
ସର୍ବଶ୍ରେଷ୍ଠ ଆଶିଷ ମାନଵ ପାଇଁ
ଗୋ ସମ୍ପଦେ ଦେବା ଧ୍ୟାନ ।
ଗୋ ସଂବର୍ଦ୍ଧନେ ଜମି ହୁଏ ଉର୍ବର
ସଭ୍ୟତା ଉନ୍ନତ ହେବ
ନରହତ୍ୟା ଗୋହତ୍ୟା ସମାନ ପାପ
କଂସେଇଠୁ ଉଦ୍ଧାରିବ ।