STORYMIRROR

Ajay kumar Behera

Others

3  

Ajay kumar Behera

Others

ଗୋଲାପୀ ରଙ୍ଗର ଗୋଲାପ କଢି ତୁ

ଗୋଲାପୀ ରଙ୍ଗର ଗୋଲାପ କଢି ତୁ

1 min
242


ଗୋଲାପୀ ରଙ୍ଗର

ଗୋଲାପ କଢି ତୁ

କଇଁ ଫୁଲିଆ ମୁହଁ

କୋଟିଏ ରେ ଗୋଟିଏ

ଆଲୋ ତୁ

ତୋ ପରିକା କେହି ନୁହଁ.... 


ପରକିଆ ପ୍ରୀତି

ଲାଗେ ଅତର ଅତର

ଚାଲି ଯାଉ ଯେବେ

ବେଣୀକୁ ହଲେଇ ତୁହି

ଉଛୁଳା ଯବାନୀ

ଦୋହଲି ଯାଏ ତ

ଅଦିନିଆ ମେଘ ହୋଇ.....


ଆବ ଭାବ ତୋର

ସତେ କେଡେ ସୁନ୍ଦର

କରି ଫନ୍ଦି କି ଫିକର

ହେଇ ଯାଉ ତୁହି

ଗୋଟା ପଣେ ନିଜର....


ମିଠା ପଦିଏ କଥାରେ

ମନ ହୁଏ କିଣା

ନାରୀ ପ୍ରେମେ ପୁଣି

ବୁଦ୍ଧି ହୋଇ ଯାଏ ବଣା......


ସମୟ ଆସିଲେ 

ବୁଝିବୁ ବାବୁରେ

ମାମୁଁ ଘରେ ଯେବେ

ପେଲିବୁ ଘଣା......


ବୁଦ୍ଧିବାଟ ତୋର

ଆପେ ହଜି ଯିବ

ପଡିଲେ ପୋଲିସି ମାଡ଼

କାନ ମୁଣ୍ଡ ଆଉଁସି ହୋଇ ତୁ

କହିବୁ ବାବୁରେ

ପଦା କୋଉଠି ବାଟ ଛାଡ଼......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍