ଗୋଲାପ
ଗୋଲାପ
ସ୍ନେହ ପ୍ରେମ ଭରା ପରସେ ତୁମର
ଚଉପାସ ତୁମ ହସେ ।
ପ୍ରୀତିର କୁଷୁମ ସାଜି ବିତରୁଛ ବାସ
ଧରା ମହ ମହ ବାସେ ।
ଯଥାର୍ଥ ରେ ତୁମେ ସାଜିଛ ଦୁହିତା
ଦୁଇକୂଳ ହିତ ସାଧି ।
କର୍ତ୍ତବ୍ୟନିଷ୍ଠ ପାଦକୁ ତୁମର କେବେ
ଜଞ୍ଜାଳ ପାରିନି ଛନ୍ଦି ।
କିଏ କହେ ନାରୀ ଅବଳା ଦୁର୍ବଳା
ଦେଖିଯାଅ ଥରେ ତୁମେ ।
ସୂଚାରେ ସମ୍ପାଦଇ ଗୃହ ସଙ୍ଗେ ବୃତ୍ତି
ପଛଘୁଞ୍ଚାନାହିଁ କେଉଁ କାମେ ।
ତୁମ ସଙ୍ଗେ ବନ୍ଧୁତା ଗଢିବା ଦିନଠୁଁ
ହସହସ ମୁଖ ଦେଖେ ।
ସ୍ନେହର ଗୋଲାପ ମଥାରେ ମୋ ଖୋସି
କିଆନନ୍ଦ ତୁମ ମୁଖେ ।
ଭୁଲନାହିଁ କେବେ ଗୋଲାପ ଫୁଲକୁ
ସରାଗେ ଆଣିବା ପାଇଁ ।
ଫିକା ଲାଗେ ଆଜି ଗୋଲାପର ରଙ୍ଗ
ଶୁଖିଚି ମୁଖ କିମ୍ପାଇଁ ।
