ଗୋଲାପ
ଗୋଲାପ
ଫୁଲଙ୍କ ମଧ୍ୟରେ ସାର ଅଟୁ ତୁହି
ସୌନ୍ଦର୍ଯ୍ୟର ଗନ୍ତାଘର,
ତୋ ରୂପ ଲାବଣ୍ୟ ମନମୋହକ ଯେ
ନାହିଁ ତା'ର ପଟାନ୍ତର ।
ତୋର ସେ ରୂପର ଅପରୂପ ଠାଣି
ଆଖି ଝଲସାଇ ଦିିଏ,
ତୋର ସୌନ୍ଦର୍ଯ୍ୟରେ ଅମାନିଆ ମନ
ତୋରେ ବନ୍ଧା ପଡିଯାଏ ।
ପ୍ରେମର ଅତଳ ସାଗର ମଧ୍ୟରେ
ପ୍ରେମ ସେତୁ ସାଜିଅଛୁ,
ଶାଶ୍ୱତ ପ୍ରେମର ବାର୍ତ୍ତା ଦେଇ ତୁହି
ମହକ ଯେ ଦେଉଅଛୁ ।
ପ୍ରେମୀ ଯୁୁୁଗଳଙ୍କ ହୃଦୟ ମନ୍ଦିରେ
ତୁଇ ପୂଜା ପାଇଥାଉ,
ପ୍ରେମ ନଅରର ଫୁଲ ରାଣୀ ସାଜି
ପ୍ରଶଂସା ସାଉଟି ନେଉ ।
ଧବଳ, ଗୋଲାପୀ, ଆଉ କେତେ ରଙ୍ଗେ
ଗଛ ମଧ୍ୟେ ଫୁୁଟିିିଥାଉ,
ପ୍ରେମ ତରଙ୍ଗିିିଣୀ ବୁହାଇ ଦେଇଣ
ପ୍ରେମ ରଙ୍ଗ ବୋଳି ଦେଉ ।
ତୋଳି ନେଇ ତତେ ପାଖେ ରଖିବାକୁ
କେତେ ଇଚ୍ଛା ହୁଏ ସତେ,
ଆଖି ଫେରେ ନାଇ ତୋହ ଠାରୁ କେବେ
ଯେତେ ଦେଖୁୁଥିଲେ ତତେ ।
ପ୍ରିିିୟ ସାଙ୍ଗେ ପ୍ରିୟା ମନର ଭାବକୁ
ତୁହି ଏକା ପହଞ୍ଚାଉ,
ଦୁଇଗୋଟିି ଭଙ୍ଗା ହୃଦୟକୁ ମଧ୍ୟ
ପୁଣି ଥରେ ଯୋଡି ଦେଉ ।
ପାଗଳ ଭଅଁର ତୋର ଚାରିପାଖେେ
ସଦା ଘୂରି ବୁଲୁୁୁଥାଏ,
ତୋ ପ୍ରେମରେ ପଡି ଭଅଁର ନିଜକୁୁ
ସମର୍ପଣ କରିଦିିିଏ ।
