STORYMIRROR

Sadananda Sahoo

Others

3  

Sadananda Sahoo

Others

ଗଣପର୍ବ ନୂଆଖାଇ

ଗଣପର୍ବ ନୂଆଖାଇ

1 min
369


ନବାନ୍ନ ଆସର ମାଆ ଲକ୍ଷ୍ମୀଙ୍କର 

   ପଶ୍ଚିମ ଉତ୍କଳେ ଖ୍ୟାତି , 

ଏ'ଗଣ ପରବ ସମୃଦ୍ଧି ବିଭବ 

   ଭାବ ବନ୍ଧନର ପ୍ରୀତି  ! ! 


ମାଆ ସମଲାଇ ଭାରି କୃପାମୟୀ 

    ପଶ୍ଚିମେ ମଉଡ ମଣି , 

ନବାନ୍ନ ସମ୍ପଦା  ମୁକ୍ତା ବିଭୁଷିତା 

    ଚାଷୀକୁଳ  ବିଧିରାଣୀ ! ! 


କୃଷକର ଭୋଜ ମାଆର ବୈଦାନ୍ଯ 

     ଅଭୟ କୃପାର ଫଳ , 

କୃଷକ ସଂସାର  ହସେ ନିରନ୍ତର 

    ଅଭାବେ କଟେନି କାଳ ! ! 


ନୂଆ ଖାଇ ପର୍ବ ସମାଜର ଗର୍ବ 

    ସମ୍ପର୍କରେ ସମ୍ପର୍କିତ , 

ଧନିକି ଗରିବ ସର୍ବେ ଏକାକାର 

    ସାଜନ୍ତି ପରାଣ ମିତ ! ! 


ନବ ତଣ୍ଡୁଳରେ  ଅନ୍ନଭୋଗ ହୁଏ 

     ମନପ୍ରାଣ ମୋହି ନିଏ , 

ଭଳିଭଳି ପିଠା ଆରିସା କାକରା 

    କୁଳବଧୂ  ଗଢିଦିଏ ! ! 


ନାନାଦି ବ୍ୟଞ୍ଜନ ମହୁର ବେଶର 

     ସବୁଜ ପରିବା ଘାଣ୍ଟ , 

ଛଅ ତିଅଣକୁ  ନଅଭଜା ପୁଣି 

   ନବାନ୍ନ ପରଷେ ବାଣ୍ଟ ! ! 


ରାଗରୁଷା ଭୁଲି ସର୍ବେ ହ୍ଯୁନ୍ତି ମେଳି 

     ଶୁଭ ଲଗନରେ ଆସି , 

ଆନନ୍ଦ ମନରେ ଅନ୍ନ ବସନରେ 

    ଜାହିର କରନ୍ତି ଖୁସି ! ! 


ବରଷକ ଖୁସି  ପାଳନ୍ତି ମନାସି 

   ଇଷ୍ଟ ଦେଵାଦେବୀ ସ୍ମରୀ , 

ଅନ୍ନର ପସରା ପରିପୂର୍ଣ୍ଣା ଧରା 

   ଅମାରରେ ଥାଉ ପୁରି ! ! 


ସ୍ନେହଁ ଶରଧାର ଏ'ଗଣ ପରବ 

   ପଶ୍ଚିମରୁ ବ୍ୟାପି ଆସୁ , 

ଉତ୍କଳ ମହିମା ପାଳୁ ଭାରତୀମା' 

    ଜନମନେ ସଦାଭାସୁ ! ! 



Rate this content
Log in