ଗଣେଶ
ଗଣେଶ
1 min
159
ମା ତ ଗଢିଲେ ବାପା ବର ଦେଲେ
ଆହେ ପ୍ରଭୁ ଗଣପତି l
ତୁମେ ଦୟା କଲେ ସବୁ ବିଘ୍ନ ହାରେ
ଯେତେ ଆସୁ ପରିସ୍ଥିତି ।।
ସବୁ ଶୁଭ କାର୍ଯ୍ୟେ ଆଗ ତୁୁମ ପୂଜା
କରିଥାନ୍ତି ସଭିଜନ।
ସମସ୍ତେ ମନାନ୍ତି ଗଣେଶଙ୍କ ପୂଜା
ଭାଦ୍ର ଶୁକ୍ଲ, ଚତୁର୍ଥୀ ଦିନ ll
ତୁମର ଯେ ପ୍ରିୟ କରୁ ସମର୍ପିତ
ତୁମ କୁ ପୂଜାରେ ବାଢୁ ।
ଦୁବ ପଞ୍ଚା ମୃତ, ହଳଦି ଅକ୍ଷତ
ନଡ଼ିଆ ଓ ରାଶିଲଡୁ,
ପିତା ମାତା ଅଟନ୍ତି ବିଶ୍ଵ ବ୍ରହ୍ମାଣ୍ଡ
ତୁମେ କରିଛ ପ୍ରମାଣ l
ମା ପାର୍ବତୀଙ୍କ ମାନସ ପୁତ୍ର ତୁମେ
ମୂଷିକ ତୁମ ବାହନ
ତୁମକୁ ଯେ ଡାକେ ସଫଳ ତ ହୁଏ
ଥିଲେ ଯେତେ ବାଧା ବିଗ୍ନ l
ସମର୍ପିତ ତୁମକୁ ମୋ ସବୁ କାର୍ଯ୍ୟ ରେ
ସହଜ ହେବ ଜୀବନ ll
