STORYMIRROR

banaja nandini mishra

Others

3  

banaja nandini mishra

Others

ଗଣ ପର୍ବ ରଜ

ଗଣ ପର୍ବ ରଜ

1 min
213


ତୁଙ୍ଗ ଆଦର୍ଶର ପରିଚୟ ନେଇ

ବର୍ଷକରେ ଥରେ 

ଓଡ଼ିଶାର ଗଣ ପର୍ବ ରଜ ତୁମେ ଆସ

ଜ୍ୟଷ୍ଠର ଅନ୍ତରେ,

ଆଷାଢ଼ର ପ୍ରାରମ୍ଭରେ.

ମିଥୁନ ସଂକ୍ରାନ୍ତିରେ.

ମୌସୁମୀ ସାଥିରେ

ଖୁସି ଆନନ୍ଦ ଭରିଦେବାକୁ

ପ୍ରତି ଉତ୍କଳୀୟଙ୍କ ତନୁମନ ପ୍ରାଣରେ

ଓଡ଼ିଶାର କୋଣ ଅନୁକୋଣରେ.

ଓଡ଼ିଆଙ୍କ ଗର୍ବ ଓ ଗୌରବ.

ଶୃଙ୍ଗାରର ପର୍ବ "ରଜ "

ମୋ ପିଲାବେଳେ ତୁମେ ଆସୁଥିଲ

ଗାଁ ଦାଣ୍ଡରେ, ସହର ବଜାରେ

ଗଳିକନ୍ଦିରେ, ଧନୀ ଗରିବ

କିବା ଉଚ୍ଚନୀଚ୍ଚରେ..

ଚଳଚଞ୍ଚଳିତ କୁଆଁରୀ ମନରେ.

ତାର ପାଦ ଅଳତାରେ

ସଜବାଜରେ, ପିଠାପଣାରେ

ନୂଆ ପୋଷାକ, ରଜ ପାନରେ

କୁଆଁରୀର କାନଫୁଲ, ପାଦ ପାଉଁଜିରେ

ଦେହର ହଳଦୀ, ମଥା କୁଙ୍କୁମରେ

ଦୋଳିଖେଳର କଟରମଟର ଶବ୍ଦରେ

ବର୍ଷା ଭିଜା ମାଟିର ସୁଗନ୍ଧରେ

ତୁମେ ଆସୁଥିଲ କୁମାରୀ ମାନଙ୍କ

ପୁଚି ବୋହୁଚରୀ, ପୁଅଙ୍କ କବାଡି ଖେଳରେ

ବୋଉ ବଡ଼ବୋଉଙ୍କ ଲୁଡୁ ଗୋଟି ଖେଳରେ

ବାପା ବଡବାପାଙ୍କ ତାସ ଖେଳରେ

ଜେଜୀମାଆ ଭାଉଜଙ୍କ ଥଟ୍ଟାପରିହାସରେ

ସାଙ୍ଗ ସାଥୀଙ୍କ ବଉଳ ଡାକରେ

ତୁମ ସାଥେ ଦିନ ବିତୁଥିଲା

ଯୌଥ ପରିବାର, ପଡୋଶୀ

ବନ୍ଧୁ ପରିଜନଙ୍କ ମେଳରେ

ବାଦିପାଲା, ଦାସକାଠିଆ

ଘୋଡା ନାଚ, କଣ୍ଢେଇ ଖେଳରେ

କୁଆଡେ ଗଲା ସେ ହଜିଲା ଦିନ

ଏବେ ସିନା ତୁମେ ଆସୁଅଛ

ଏକାନ୍ନବର୍ତ୍ତୀ ପରିବାରରେ

ମୋବାଇଲ ଖେଳରେ

ମ୍ୟାଗି ଚାଉମିନ, ରୋଲ ପିଜାରେ

ହାଲୋ ହାଏ, ମମି ଡାଡି ଡାକରେ

ହାତ ମେହେନ୍ଦିରେ

ବିରାଟ ଅଟ୍ଟାଳିକାର ବାଲକୋନୀରେ

ଝୁଲୁଥିବା ବେତ ଦୋଳି ଅବା

ପ୍ରମୋଦ ଉଦ୍ୟାନ ଭିତରେ

ସ୍ୱାର୍ଥପରତାରେ,ଇର୍ଷା ଦ୍ୱେଷରେ

ଚାଟୁକଥା ଆଉ ଖୋସାମଦିରେ

ପାତରଅନ୍ତର, ବାହାଦୁରୀରେ

ଶହ ଶହ ଛେଳି କୁକୁଡାଙ୍କ

ରକ୍ତ ମାଂସରେ

ମୋ ପିଲାବେଳେ ଯାହାଥିଲା

ମୋ ପିଲାଙ୍କ ବେଳରେ ନାହିଁ

ଯାହା ଅଛି ମୋର ସ୍ମୃତିରେ ସ୍ମୃତିରେ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍