STORYMIRROR

Bunee Tripathy

Others

4  

Bunee Tripathy

Others

ଗଙ୍ଗଶିଉଳୀ

ଗଙ୍ଗଶିଉଳୀ

1 min
348


ନିଜକୁ ତ ଆମେ କହୁଅଛେ ଖାଲି

   ନିର୍ଦ୍ଦୋଷ ନିଷ୍ପାପ ବୋଲି

କଳଙ୍କ କାଦୁଅ ଲାଗିନାହିଁ ଛିଟା

   ନିସ୍କଳଙ୍କ ଅଛେ ବୋଲି।


ଆମେ ଦେଇଥାଉ ବିଭିନ୍ନ ନାମତ

  ଅର୍ଜିଥାଉ ସବୁ କର୍ମ

ଫାଇଦା ଉଠାଇ ଫୋପାଡି ଦେଉତ

  ମାନିଥାଉ ଆମ ଧର୍ମ।


ବଦନାମ ଗଳି କହିଯେବେ ତୁମେ

  ପାଉଅଛ ମନେ ଶାନ୍ତି

ନୁହନ୍ତି ସେମାନେ ପାପି ଅପବିତ୍ର

  ତୁମେ ଏହା ମନେ ଚିନ୍ତି।


ରାତ୍ରିର ଅନ୍ଧାରେ ଲୁଚିଛପି ତୁମେ

   ଦେଇନାହଁ କେବେ ପାଦ

ଦିନର ଆଲୋକେ ସଭ୍ଯ ଓ ଶିକ୍ଷିତ

   ହୁଏ ନାହିଁ କେବେ ଶବ୍ଦ।


ନାରୀ ନାରାୟଣୀ ସୃଷ୍ଟି କାରିଣୀ ତ

  ଦିଏନି ଗଳିରେ ପାଦ

କଷ୍ଟ ସହିଷ୍ଣୁ ସେ ପାରେ ନାହିଁ ସହି

  ମନେ ଥାଏ ଲୁଚି ଖେଦ।


ପୁରୁଷ ସମାଜେ ନାରୀ ସ୍ବାଧୀନତା

  ପାଉଛି କି କେହି ଜଣେ

ପ୍ରତିବାଦ ସ୍ବର ଉଠାଏତ କେହି

   ପତିତା କୁହଇ ଜନେ।


ବଦନାମ ଗଳି ଡିଣ୍ଡିମ ପିଟୁଛ

  ଯାଉଅଛ କିମ୍ପା ତୁମେ

ଶରୀର ତୃଷାକୁ ନିବାରଣ ପାଇଁ

   ଲୁଚିଛପି ଯାଅ ତୁମେ।


ନିଶି ନିଶାଚରେ ପବିତ୍ର ଅଟଇ

  ବଦନାମ ଗଳି ପରା

ସେଠାର ବାସିନ୍ଦା ଅତିପ୍ରିୟ ତୁମ

   ଉପଭୋଗ ମନ ପରା।


ଭାବିଛ କି କେବେ ଉଦ୍ଧାରିବା ପାଇଁ

  ଲିଭାଇବ ବଦନାମ

ମୂଖ୍ଯସ୍ରୋତରେ ସାମିଲ କରିଣ

  ଦେବତ ନୂଆ ଜୀବନ।


ଜାଣିଶୁଣି କେହି ଯାଏନି ସେଠାକୁ

   ପରିସ୍ଥିତି ବାଧ୍ଯ କରେ

କଳଙ୍କର ଟିକା ଲାଗେତ ମଥାରେ

  ଲିଭେନାହିଁ ଆଉଥରେ।


ପୋଛିବା ତାଙ୍କର ମଥାରୁ କଳଙ୍କ

   ହଜିବ ଗଳିର ନାମ

ସେମାନେ ହସିଲେ ଆମେବି ହସିବା

  ଏଇ ଅଟେତ ଜୀବନ।


ଗଙ୍ଗଶିଉଳୀ ତ ଫୁଟେ ସେ ନିଶିରେ

  ବାସ ତାର ଛୁଟି ଥାଏ

ଦିନର ଆଲୋକ ଝଡିପଡେ ସିଏ

   ରାତ୍ରିର ନୟିକା ସିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍