STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଗଜଲକ୍ଷ୍ମୀଙ୍କ ପୂଜନ

ଗଜଲକ୍ଷ୍ମୀଙ୍କ ପୂଜନ

1 min
432

ଅଶ୍ୱିନୀ ମାସର ପୂର୍ଣ୍ଣିମାର ଦିନ ମାତା ଗଜଲକ୍ଷ୍ମୀ ପୂଜା,

ଗଜଲକ୍ଷ୍ମୀ ରୂପେ ମାଆଙ୍କ ପୂଜନ ବିଚ୍ଛନ୍ନାଚଳର ପୂଜା।


ଭକ୍ତିପୂତ ଚିତ୍ତେ ମାଆଙ୍କ ପୂଜନ କରେ ଯେଉଁ ଜନ ଭବେ,

ଧନଧାନ୍ୟ ପୂର୍ଣ୍ଣ ହୁଅଇ ଧରିତ୍ରୀ ନ ରୁହେଟି ଦୁଃଖ କେବେ।


ବିଷ୍ଣୁପ୍ରିୟା ସେହୁ ଜଗତ ତାରିଣୀ ତାଙ୍କ ପୂଜା ହେବ କାଲି,

ବୁଧବାର ଦିନ ପୂର୍ଣ୍ଣିମାର ତିଥି ଦେବୀଙ୍କ ପୂଜନ କାଲି।


ଅକ୍ଟୋବର ମାସ କୋଡ଼ିଏ ତାରିଖ କାଲି ହିଁ ପୂର୍ଣ୍ଣିମା ତିଥି,

ଗାଆଁରେ କରିବେ ଗଜଲକ୍ଷ୍ମୀ ପୂଜା ଭକ୍ତିପୂର୍ଣ୍ଣ ହେବ ତିଥି।


ଗଜଲକ୍ଷ୍ମୀ ପୂଜା କଳାବାଡିଆରେ ପାଳିତ ହିଁ ସବୁ ବର୍ଷ,

ଲକ୍ଷ୍ମୀଙ୍କ ପାର୍ବଣ ପାଳନ କରନ୍ତି ହେଲାଟି ପଚାଶ ବର୍ଷ।


ଜିଲ୍ଲା ନାମ ତା ସଢେଇକଳା ଖରସୁଆଁ ବିଚ୍ଛନ୍ନାର ଭୂମି,

ରାଜନଗରଟି ବ୍ଲକ ନାମ ତାର କଳାବାଡିଆର ଭୂମି।


ଗ୍ରାମବାସୀ ମିଶି ଲକ୍ଷ୍ମୀଙ୍କର ଘଟ ଆଣନ୍ତି ଶୁଭ ମୁହୂର୍ତ୍ତେ,

ଲକ୍ଷ୍ମୀଙ୍କ ମଣ୍ଡପ ଦିଶୁଛି ସୁନ୍ଦର ଆଲୋକରେ ସୁସଜ୍ଜିତେ।


ଗାଆଁର ପାଖରେ ଖଡ଼ଖାଇ ନଦୀ ବହୁ ଅଛି ଅବିରତ,

ଗଜଲକ୍ଷ୍ମୀ ଘଟ ଆଣନ୍ତି ନଦୀରୁ ହୋଇ ଭକ୍ତିପୂର୍ଣ୍ଣ ଚିତ୍ତ।


ଉଛୁଳି ପଡ଼ିବ ଶଙ୍ଖନାଦ ପୁଣି ହୁଳହୁଳି ଅବିରତ,

ମୃଦଙ୍ଗ ଶବ୍ଦ ଗୁଞ୍ଜୁଥିବ ପୁଣି ଲକ୍ଷ୍ମୀଙ୍କ ଭକ୍ତିରେ ଚିତ୍ତ।


ଅତି ମନୋରମ ଲକ୍ଷ୍ମୀ ଘଟ ସେହୁ ଭକ୍ତିରେ ପୁରେଟି ମନ,

ଲୋକ ଗହଳିରେ ଭକ୍ତିପୂର୍ଣ୍ଣ ହୁଏ ଭକ୍ତଙ୍କ ପବିତ୍ର ମନ।


ଗଜଲକ୍ଷ୍ମୀ ଘଟ ସ୍ଥାପନା କରନ୍ତି ଲକ୍ଷ୍ମୀଙ୍କ ମୂର୍ତ୍ତିର ଆଗେ,

ପୁରୋହିତ ଆମ ପୂଜନ କରନ୍ତି ନୀତି ନିୟମର ମାର୍ଗେ।


ହଜାର ସଂଖ୍ୟାରେ ମହିଳା ଆସନ୍ତି ପୂଜାର ନୈବେଦ୍ୟ ଧରି,

ଭକ୍ତିପୂତ ହୋଇ ପୂଜନ କରନ୍ତି ଲକ୍ଷ୍ମୀଙ୍କ ନାମକୁ ଧରି।


କରୁଣାମୟୀ ସେ ଲକ୍ଷ୍ମୀ ଠାକୁରାଣୀ ସୁଦୟା କରନ୍ତି ଜନ,

ଦୁଃଖ କଷ୍ଟ କିଛି ନ ରୁହେଟି କାରେ ଲକ୍ଷ୍ମୀପୂର୍ଣ୍ଣ ହୁଏ ମନ।


ରାତ୍ରିରେ ହୁଅଇ ମଞ୍ଚସ୍ଥ ନାଟକ ସାଂସ୍କୃତିକ କାର୍ଯ୍ୟକ୍ରମ,

ମଞ୍ଚସ୍ଥ ହୁଅଇ ଛଉ ନୃତ୍ୟ ପୁଣି ଗୁରୁବାର କାର୍ଯ୍ୟକ୍ରମ।


ଜଗନ୍ନାଥ ଭୂମି ବିଚ୍ଛିନ୍ନାଚଳଟି ଦେବୀଙ୍କ ପାର୍ବଣ ଏଠି,

ସବୁ ପାର୍ବଣ ହିଁ ପାଳିତ ଏଠାରେ ଭୂମି ଭକ୍ତିପୂର୍ଣ୍ଣ ଏଠି।


ଅଶ୍ୱିନୀ ମାସର ପୂର୍ଣ୍ଣିମାର ଦିନ ମାତା ଗଜଲକ୍ଷ୍ମୀ ପୂଜା,

ଗଜଲକ୍ଷ୍ମୀ ରୂପେ ମାଆଙ୍କ ପୂଜନ ବିଚ୍ଛିନ୍ନାଚଳର ପୂଜା।



Rate this content
Log in