Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prajna Paramita Mohanty

Others

3  

Prajna Paramita Mohanty

Others

ଘୂର୍ଣ୍ଣାୟମାନ

ଘୂର୍ଣ୍ଣାୟମାନ

1 min
43


ଏହା ଚାରିପଟେ କକ୍ଷ ପଥେ ଘୂରିବୁଲୁଛି ଯେ ମୁଁ

 ଦିନ-ରାତି-ମାସ-ବର୍ଷ ଧରି ପ୍ରତି ନିୟତ |

ମୋର ଯେ ଅଛି ନିର୍ଦ୍ଦିଷ୍ଟ ପରିସୀମା,ପରିଧି

 ଆଉ ଅକ୍ଷପଥ ବି ନିର୍ଦ୍ଧାରିତ |

ଅକ୍ଷାଂଶ,ଦ୍ରାଘିମା ତଥା ମକର-କର୍କଟ କ୍ରାନ୍ତିର ସମଷ୍ଟିଗତ,

ସେଠୁ ହେବାର ନାହିଁ ବିଚ୍ୟୁତ |

ହେଲେ ମୁଁ ହେବି, ସେ ସୌରମଣ୍ଡଳରୁ ନିର୍ବାସିତ |

ଭୋଗିବି ଦଣ୍ଡ ଅଜ୍ଞାତବାସର, ସଙ୍ଗେ ହେଇ ମର୍ମାହତ |

ଘୂରୁଥିବା ଯାଏଁ ଇ ଅଛି ମୋର ଏକ ସଜ୍ଞା ବା ଅସ୍ତିତ୍ଵ |

ହେଉ ପଛେ ଏକ ମଣ୍ଡଳ/ପରିବାରର ସତ୍ୟ |

ଯଦି ବା ମୋର କେତେକ ନିଜର ଉପଗ୍ରହ ବା ସ୍ତାବକ ଅଛନ୍ତି,

ଯଦି ବା ମୋର ନିଜସ୍ଵ ବଳୟ ଅଛି ସୁରକ୍ଷା ପାଇଁ,

 ମୁଁ ଯେ ସେ ବ୍ୟାପକତାର ଏକ ଅବିଭକ୍ତ |

 ଘୂର୍ଣ୍ଣାୟପ୍ରାୟ ଏକ ଆକର୍ଷଣବଳରେ ମୋହମୁଗ୍ଧ |

 ପରିକ୍ରମଣୀୟ, ଅଥଚ ନୁହେଁ ପରିବର୍ତ୍ତନୀୟ-ସ୍ଵୟଂସିଦ୍ଧ |

ଚରୈବତି, ଚରୈବତି, ଚରୈବତିର ମହାମନ୍ତ୍ର |

ସେଠୁ ଖସିଗଲେ ହିଁ ହେବି କେବଳ ଏକ ଶୀତଳ ପିଣ୍ଡ,

    ଆହତ, କ୍ଷତାକ୍ତ, ମୃତବତ ଉଲ୍କାପାତ |



Rate this content
Log in