ଘଟଣା ଦୁର୍ଘଟଣା
ଘଟଣା ଦୁର୍ଘଟଣା

1 min

340
ଜୀବନ ଜଞ୍ଜାଳ ଘଟଣା ବହୁଳ
କେବେ ଦୁଃଖ କେବେ ଖୁସି,
ଜାଣତରେ ହେଉ ଅବା ଅଜାଣତେ
ମିଳିଥାନ୍ତି ପାଶେ ଆସି ।
ସୁଖର ଘଟଣା ଆନନ୍ଦ ମୁର୍ଚ୍ଛନା
ଭରିଦିଏ ଓଠେ ହସ,
ମୁହୂର୍ତ୍ତ ସାଉଁଟି ଆନନ୍ଦରେ ଲୋଟି
ଉପଭୋଗେ ଜୀବ ରସ ।
ପଥେ ଦୁର୍ଘଟଣା କରେ ବାଟବଣା
ନିନ୍ଦେ ଭାଗ୍ୟ ଭଗବାନ,
ଆପଣା କରମ ଅବା ସ୍ଵଧରମ
ଖୋଜେନା ବିବେକ ମନ ।
ସମୟର ସାଥେ ଥିଲେ ସତ୍ୟପଥେ
ଦୀର୍ଘପଥେ ଅଗ୍ରସର,
ହୋଇ ସାବଧାନ ହେଜୁଥିଲେ ଜ୍ଞାନ
ଅଘଟଣ ବହୁ ଦୂର ।