STORYMIRROR

Srinibas Mahalik

Others

4  

Srinibas Mahalik

Others

ଘରଭଡ଼ା

ଘରଭଡ଼ା

1 min
489

ହେ ସରକାର କଣ୍ଟ୍ରୋଲ କର ହେ

ରାଜଧାନୀ ଘର ଭଡା

ଭଡା ଟଙ୍କା ପାଇଁ ମାଲିକ ଏଠାରେ

ହେଲେଣି ଲଗାମ ଛଡା ।।


ଆଜବେଷ୍ଟ ଘର ଚାରି ହଜାରରେ

ଛାତ ଘର କଥା ଛାଡ

ନିମ୍ନ ମଧ୍ୟବିତ୍ତ ଲୋକଙ୍କ ରହିବା

ହେଲାଣି ସମସ୍ୟା ବଡ ।।


ଚାକିରିଆଙ୍କର ଯାଏ ଆସେ ନାହିଁ

ଘର ଭଡା ହେଲେ ବୃଦ୍ଧି

କିନ୍ତୁ ମଧ୍ୟବିତ୍ତ ଲୋକମାନଙ୍କର

ହୃଦୟକୁ ଯାଏ ବାଧି ।।


ଘର ଭଡା ପାଇଁ କିଛି ଗୋଟେ ହେଉ

ନିଦ୍ଧିଷ୍ଟ ନିୟମାବଳୀ

ନହେଲେ ଏଭଳି ମଧ୍ୟବିତ୍ତମାନେ

ପଡୁଥିବେ ସଦା ବଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍