ଘର
ଘର
1 min
13.8K
ଝିଅଟିଏ,
ନାଲି ନେଳି ରଙ୍ଗ ଦେଇ,
ଆଙ୍କିଥିଲା ସୁନ୍ଦର ଘରଟିଏ।
କହୁଥିଲା ମାଆକୁ ତାର,
ଆମର ବି ଏମିତି ଘରଟେ ତୋଳ,
ଭାଙ୍ଗିଦେ ଏ ଛୋଟ କୁଡିଆଟି,
ଏଠି ଖାଲି ବରଷାର ଅଥଳ ସମୁଦ୍ର,
ନିଦାଘ ର ପ୍ରଖର କିରଣ,
ଆଉ ଅନ୍ଧାରର ଅତ୍ୱଳ ଗହ୍ୱର।
ମୋ ସାଙ୍ଗ ମିନତୀର କେତେ ସୁନ୍ଦର ଉଆସ,
କିନ୍ତୁ କ'ଣ ପାଇଁ ଆମର ଏ ଭଙ୍ଗା କୁଡିଆ?
ମାଆ ତାର ଥିଲା ନିର୍ବାକ, ନିଷ୍ପନ୍ଦ,
ପଥର ମୂର୍ତ୍ତିଟିଏ ଭଳି,
ବୁଝେଇ ପାରୁନଥିଲା ଅବୁଝା ଝିଅକୁ,
କହି ପାରୁନଥିଲା ଏ କୁଡିଆହିଁ ଆମର ସର୍ବସ୍ୱ,
ୟାକୁ ଛାଡି ଆମର ଯେ ସ୍ଥିତି ଅସମ୍ଭବ।
