ଘର
ଘର
ଘର
ମୁଣ୍ଡଗୁଂଜିବା ପାଇଁ ଦରକାର ଘର
ଉଆସ ଠୁ ଗାଁ ଶେଷ ମୁଣ୍ଡ ଯାଏଁ
ରାଜରାସ୍ତା ଠାରୁ ପ୍ଲାଟଫୀର୍ମ ଯା ଏ
ସବୁଠି ବଂଚିବା ଆଉ ବଞ୍ଚେଇବା ହବଭାଵ
ସହରର ରାସ୍ତା ଯେବେ ଗାଁ ର
ନା ଲିଗୋଡି ପଥର କୁ ଛୁଏଁ
ନଡ଼ିଆ ଗଛ ଫାଙ୍କରେ ଜହ୍ନଟା
ଗଙ୍ଗଶିଉଳି ଦେହରେ ଜଡାଇ
ନଇଁ ବନ୍ଧ ଗାଁ ପୋଖରିହୁଡା
ଚାଷ ଜମି ଧାନ କିୟାରୀ ଡେଇଁ
ରାଜ ଉଅଂଶ କୁ ଛୁଇଁ ଯାଏ।ହେଲେ
କାହିଁକି କେଜାଣି ପାକୀବୁଢ଼ୀର କଣା ଚାଳ ରେ
ଜହ୍ନଟା ପୁରିଲା ପୁରିଲା ଲାଗେ।
ଫୁଲମାନଙ୍କ ଗୁଣୁ ଗୁଣୁ ଶବ୍ଦ
ପବନ ର ମନ ଛୁଆଁ ରାଗ ରେ
ଋତୁ ସବୁ ବଦଳୁ ଥାଏ।
ପକ୍ଷ ବଦଳୁଥାଏ।ସପ୍ତାହ ର ଦିନ ସରିଯାଏ।
ଆଉ ତା ସହ କ୍ୟାଲେଣ୍ଡର ର ପୃଷ୍ଠା ଓଲଟି ଯାଏ
କାନ୍ଥ ରେ ଝଟକୁଥିବା ଷଠୀ ବୁଢ଼ୀ ର ଚିତ୍ର
ଆଉ ତୁଲଶୀଚଉରା ରେ ଝୋଟି ମୁରୁଜ ସହ ତାଳ ଦେଇ
ଘର ଚହ ଟୁ ଥାଏ
ବୈଶାଖାର ନାଲି ଧୂଳି ରେ
ବର୍ଷା ର ବାରି ଧାରା ରେ
ଶୀତର ଘନ କୁହୁଡି ରେ
ଆଉ ବସନ୍ତ ର ମଳୟ ରେ।
ମୈତ୍ରେୟୀ କମିଳା
