ଘର
ଘର
କେଡେ ମଧୁର ନାମଟି ତାର
ଦୁଇ ଅକ୍ଷରେ ସିଏ ଆଧାର
ଶାନ୍ତି ଭରିଦିଏ
ହୃଦୟରେ ମୋର,
ଅଗଣା ତାର ସୁନ୍ଦର ଦିଶେ
ଧୂପ ଦୀପରେ ସିଏତ ବାସେ
ସବୁବେଳେ ଲାଗଇ
ସରଗ ପୁର ।
ଝାଟି ମାଟିରେ ସିଏ ଗଛିତ
ଝଡ଼ ଝଞ୍ଜାରେ ସିଏତ ମିତ
ସୁରକ୍ଷିତରେ ସଦା
ସିଏ ପ୍ରତୀକ ,
ନୟନେ ଭରେ କେତେ ସପନ
ସୁଖ ଶାନ୍ତିରେ କଟେ ମୋ ଦିନ
ଛାଇ ଆଲୁଅ ଦିଏ
ସିଏ ଅନେକ ।
ମନ୍ଦିର ପରି ସିଏତ ହସେ
ପର ଆପଣା ସବୁ ସେ ତୁଛେ
ସଭିଙ୍କୁ ହସାଏ
କୋଳରେ ତାହାର,
ବରଷା ଖରା ସବୁ ସେ ଶହେ
ସିତ କାକର ବରଷ ବାହେ
ଏହିତ ମୋର ଛୋଟ
ସୁନାର ଘର ।...