ଘର
ଘର
ପକ୍ଷୀ ପକ୍ଷୀଣୀ ଦୁଇଜଣ ରଚୁଥାନ୍ତି ନୀଡ଼ଟିଏ
ମା ପକ୍ଷୀ ଯେ ସନ୍ତାନ ସମ୍ଭବା
ପୁରୁଷ ପକ୍ଷୀ ଦୂର ପାହାଡ଼ ଅରପଟୁ ଖୋଜିଆଣେ ଆହାର
ସଂସାର ଆଗାଉଥାଏ
ବାଇଚଢେଇ ବସା ଦୋହଲୁଥାଏ
ଏ କଣ କଂକ୍ରିଟ ପ୍ରାସାଦଠୁ ବି ବେଶ ଶକ୍ତ ଆଉ ସୁରକ୍ଷିତ ==
ଚାରିଟି କାନ୍ଥ ଗୋଟିଏ ଛାତ
ଭିତରେ କାଳେ ଅଣନିଃଶ୍ୱାସୀ ହେଇଯିବ ଜୀବନ
ସେଇଥିପାଇଁ ବୋଧେ ଝରକା ଆଉ କବାଟ
""ସଂସାର କରିଥିଲେ ପଥର ପଡିଲେ ସହି ""
ଏଇ ନ୍ୟାୟରେ ଜୀବନ ଚାଲୁଥାଏ
ଆବଡ଼ା ଖାବଡ଼ା ଅସମତଳ ଭୁଇଁରେ ==
କେତେବେଳେ ଶୀତଳ ଛାଇ ତ ଆଉ ବେଳେ ତତଲା ରୌଦ୍ର
ଧାଁ ଧପଡ଼ କରୁଥିବା ମଣିଷଟିଏ
ଫେରିଆସେ ଘରକୁ ସୂର୍ଯ୍ୟାସ୍ତ ପରେ ପରେ
ଚାଳି ଛପର ହେଉ ଅବା ବଖୁରିଆ ଖପରା ଘରଟିଏ
ଥକା ମେଂଟାଇବାକୁ ସେତେବଡ଼ ଆକାଶ ତ ଲୋଡ଼ା ନାହିଁ
ସିମେଣ୍ଟ ଛାଡି ଯାଇଥିବା କାଂଥ
ଘର ମଝିର ଲୁଗା ଟାଙ୍ଗା ହେଇଥିବା ତାର
କଲେଣ୍ଡର ପୃଷ୍ଠାରେ କ୍ଷୀର ବାଲା ପେପର ବାଲାର ହିସାବ
ପୁରୁଣା ମସିଆ କନ୍ଥା ତେଲିଆ ତକିଆ
ସବୁଠି ଗୋଟେ ଅଜବ ଆପଣାର ବାସ୍ନା
ମନକୁ କରୁଥାଏ ଆନମନା
ପେଟର ଭୋକ
ମନର ଦୁଃଖ
ସବୁ ଆପେ ଉଭେଇଯାଏ
ଯେତେବେଳେ ନିଜ ଘରର ଆବଦ୍ଧତା
ଭିତରେ ମୁଁ ହୁଏ ଆବଦ୍ଧ ::
ଜୀବନକୁ ଜିଇବାର ସ୍ୱପ୍ନରେ ହେଉଥାଏ ମସଗୁଲ ::
ଜୀବନ କାନଭାସର ମୁଁହି ଏକମାତ୍ର ଚିତ୍ରକାର
ଘର ମୋ ସୁରକ୍ଷାର ଆବାସ
ଯହିଁ ଥାଏ ସୁଖ ଅଶେଷ
ଦୁଃଖରର ଆବାସ
ତଥାପି ତାହାହିଁ ମୋ ଚିର ଆବାସ