ଘର
ଘର
ଆମର୍ ଘର୍ ଲାଗ୍'ସି ସୁନ୍ଦର୍
ନାଇନ ଆମ୍'କୁ କାହାକେ ଡର୍
ମୋର୍ ମାଁ,ବୁଆ ପରିବାର୍ ମିସି
ରହେସୁ ଆମେ ବନେ ଖୁସି ।।
ଯମରାଜା ଘାଏକେ ଡରି ଯାଏସି
ଦେଖି ଆମର୍ ମୁଲ୍'କି ହସି
ମନ୍ଦିର୍ ଠାନୁ ଆହୁରି ଅଏନ୍
ଜୀବନ୍ ଆମର୍ ହେଇଛେ ଧଏନ୍ ।।
ସରଗ୍ ରାଏଜ୍'କେ ଗଲେ ଭି ଚାଲି
ମୋର୍ ଘର୍'କେ ମର୍'ମି ଭାଲି
ଦଦା,ଭାଇ,ନାନୀ,ବହେନ୍ ,ସ୍ନେହ
ନାଇଁ ପାଇପାରେ ଅଲଗା କେନୁ ଅହରହ ।।
ଘର୍ ଲାଗୁଥିସି ମୋର୍ ଗହ ଗହ
ଛୁଆ ପିଲା ଅଛନ୍ ଜହ ଜହ
ରଡା,କିର୍'ଲା ତାକର୍ ସୁନି କରି
ନାଇଁ ଖାଇକରି ପେଟ୍ ଯାଏସି ପୁରି ।।
ସୁଖେ ଦୁଖେ ହେଇଥିସନ୍ ସାହା
ସଭେ କରସନ୍ ସମ୍'କେ ଆହା
ନାଇଁନ କାହାରେର୍ ଛନ୍ କପଟ୍
ସବକର୍ ଲାଗି ସଭେ ଛଟପଟ୍ ।।
ଆମର୍ ଘର୍ ଲାଗ୍'ସି ସୁନ୍ଦର୍
ଝରନା ଝରୁଛେ ଝର୍ ଝର୍
ମିଠା ଆଏ ତାର୍ ମହନୀ ନିଷା
ଏକ୍ ହେଇ ସଭେ ବାନ୍ଧିଛୁ ବସା ।।