STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଘର

ଘର

1 min
336


କବିତା ଶୀର୍ଷକ -ଘର


ହେଉ ପଛେ କାନ୍ଥ ମାଟି କାଦୁଅର

ନଥାଉ ଛାତ ଛପର

ଭୋଜନରେ ରନ୍ଧା ଅନ୍ତରରେ ବନ୍ଧା

ସୁଖ ଲାଗେ ସେହି ଘର


ସଂସାର ମାୟାରେ ଘର କରିଥାଉ 

ଘର ହେବ ବୋଲି ଭୋଗ

କେତେ ଯେ ଆୟାସ କରିବାକୁ ହୁଏ 

କେତେ ପୁଣି ଯୋଗ ଯାଗ ।


ଘର ମୋହେ ମାୟା ଗଢିବାକୁ ତାହା 

ଗଢୁଥିଲେ କାଟି କୁଟି 

ଚାହୁଁ ଚାହୁଁ ଆୟୁ ହୋଇଯାଏ କ୍ଷୀଣ

ନିମିଷକେ ଯାଏ ଘୋଟି ।


ଅର୍ଜିଥିଲେ ଘର ଆତ୍ମୀୟ ନିଜର

ହେଉଥାନ୍ତି ପରିସର

ଅଣ୍ଟାକୁ ସଳଖି ଅଣ୍ଟି ଖୋଲିଥିଲେ

ଘର ଲାଗେ ନାହିଁ ଭାର


ଋଣକୁ ଆଦରି ସଞ୍ଚୟକୁ ସାରି

ଘର ହେଲେ ଘୋର କାଳେ

ଋଣ ସୁଝୁ ସୁଝୁ ଅବସର 

ଆସେ

ଭୋଗ ଭୋଗେ ବୃଦ୍ଧ ବେଳେ


ନିର୍ଲୋଭରେ ଥିଲେ ନିରାସକ୍ତ ହେଲେ 

ସବୁ ବାସ ତାର ଘର

ନୁହେଁ ସେ ପ୍ରସାଦ ନୁହେଁ ଅଟ୍ଟାଳିକା

ଘର ଖୋଜେ ପରିବାର


ଘର ଖୋଜେ ଘର ଘରଣୀ ଆଦର

ସ୍ନେହ ପ୍ରୀତି ମୂଳାଧାର 

ଭାଇ ବନ୍ଧୁ ସୁଖ ନେଇଯାଏ ଦୁଃଖ 

ଏଇ ଆମ ସେଇ ଘର


ମନରେ ଆଦର ମନ ମୋହେ ଘର

ନିଜ ଘର ପାରାବାର

ଅନ୍ୟ ଘର ଦେଖି ଅସହିଷ୍ଣୁ ହେଲେ 

ସେହି ଘର ବିଷାଦର


ଯାଠାରେ ଯେ ଗୃହ ମନ୍ଦିର ସମାନ

ସ୍ଵଛତାରେ ଦିଏ ମାନ 

ପରସ୍ପର ପ୍ରିତୀ ପାଉଥିଲେ ପ୍ରତି 

ପରିବାର ପ୍ରତ୍ୟାସନ୍ନ ।


ପ୍ରଶାନ୍ତ କୁମାର ହୋତା


Rate this content
Log in