STORYMIRROR

Keshab Chandra Dash

Others Children

4  

Keshab Chandra Dash

Others Children

ଘର ଟଙ୍ଗା ଆମ କ୍ୟାଲେଣ୍ଡର

ଘର ଟଙ୍ଗା ଆମ କ୍ୟାଲେଣ୍ଡର

1 min
238

ବର୍ଷର ପ୍ରାରମ୍ଭରୁ ସିଏ ଜନ୍ମ ନିଏ

      ବର୍ଷର ଶେଷରେ ତା ମରଣ

ପୁଣି ଜନ୍ମ ନିଏ ଆସନ୍ତା ବର୍ଷରେ

      ଅଜେୟ ବୀର ସେ ଜାଣ।

ହୃଦୟ ଗର୍ଭରେ ଲିପିବଦ୍ଧ ଅଛି

     କେତେ କେତେ ସ୍ମୁତିରେଖା

ଜନ୍ମ ମୃତ୍ୟୁର ହିସାବ ନିକାଶ

    ପୁଣି ତିଥି ବାର ଦେଖା।

ସୂର୍ଯୋଦୟରୁ ସୂର୍ଯ୍ୟାସ୍ତ ଯାଏ

   ସମୟ ଦେଇଛି ଲେଖି

ଶୁଭ ଲଗ୍ନ ଠାରୁ ଶୁଭ ନିଘଣ୍ଟ ଯେ

    ରଖିଅଛି ସେ ସାଇତି।

ସାତବାର ସହ ବାରମାସ

      କେତେ ରାତି ପୁଣି ଦିନବାର

ପର୍ବ ପର୍ବାଣୀ ତିଥି ଲଗ୍ନ ପୁଣି

   ଚେତେଇ ଦେଇଛି ବାରମ୍ବାର 

ସିଏ ଆଉ କେହି ନୁହଁ

ଘର ଟଙ୍ଗା ଆମ କ୍ୟାଲେଣ୍ଡର

ଘର ଟଙ୍ଗା ଆମ କ୍ୟାଲେଣ୍ଡର ।


ବିବାହ,ଗୃହାରମ୍ଭ ପୁଣି

    ପ୍ରତିଷ୍ଠା ଗୃହ ପ୍ରବେଶ

ଦୀକ୍ଷାଗ୍ରହଣ, ଅନ୍ନପ୍ର।ସନ୍ନ ସହ

   ବିଦ୍ୟାଗ୍ରହଣ ଉପବାସ ।

ସୁର୍ଯ୍ୟ ପରାଗ , ଚନ୍ଦ୍ର ଗ୍ରହଣ

   ସଠିକ୍ ଗଣନା ସେ ଜାଣିଛି

ସଂକ୍ରାନ୍ତି, ପୁର୍ଣିମା, ଅମାବାସ୍ୟା ତିଥି

   ଆଗରୁ ସେ ଜଣାଉଛି।

କେତେ ଜୟନ୍ତୀ, ତିରୋଧାନ ଦିନ

   ରଖିଅଛି ସେ ସାଇତି

ବାର ମାସର ତେର ପର୍ବ ସହ

   କାଳିଆର ରୀତିନୀତି ।

ଜନ୍ମ, ବିବାହ, ଅଭୁଲା ଦିନର

    ସିଏ ଅଟେ ସମାହାର

ବତାଇ ଦେଉଛି ପ୍ରତି ମୁହୂର୍ତ୍ତରେ

    ନ ଭାବି କାହାକୁ ପର।

ସିଏ ଆଉ କେହି ନୁହଁ

ଘର ଟଙ୍ଗା ଆମ କ୍ୟାଲେଣ୍ଡର

ଘର ଟଙ୍ଗା ଆମ କ୍ୟାଲେଣ୍ଡର ।



Rate this content
Log in