ଘର ସେ ଆମ ସ୍ନେହ ଆଉ ପ୍ରେମର
ଘର ସେ ଆମ ସ୍ନେହ ଆଉ ପ୍ରେମର
ଚାରି କାନ୍ଥରେ ଘେରା କିଛି ବର୍ଗକ୍ଷେତ୍ର
ଯେଉଁଠି ନିତି ହୋଇଥାଏ ଆମ ସୁଖ ଆଉ ଦୁଃଖର
ମିଶାଣ ଫେଡାଣ ଆଉ କେବେ ଗୁଣନ
କିଛି ଘରର କାନ୍ଥରେ ଆଜିବି ସାଇତା
ହଜିଯାଇଥିବା ପୂର୍ବଜଙ୍କ ଅସ୍ପଷ୍ଠ ତୈଳ ଚିତ୍ର
ଯାହାକୁ ଦେଖିଲେ ଭାବି ହୁଏ କେତେ କଥା
ଏଇ ଚାରି କାନ୍ଥ ର ଜାଗା ଲାଗି କେତେ ହୋଇଥିବ କଷ୍ଟ
ଘର ସେ ନିରବ ସାକ୍ଷୀ ସବୁରି ଆଉ ସାଥି ମଧ୍ୟ
ଘରହିଁ ଦେଖେ ପରିବାରର ଉତ୍ଥାନ ଆଉ ପତନ ବି
ଘର ସିନା କିଛି ପାରେନି କହି ବେଦନାକୁ ତାର
ହେଲେ ସେ ବି ଚାହେଁ ସମସ୍ତେ ବଞ୍ଚନ୍ତୁ ସୁଖ ଆଉ ଶାନ୍ତିରେ
ଘର ଯଦି ହସେ ସବୁରି ମନକୁ ନେଇ
ସେଇ ଘର ହୋଇଯାଏ ବୈକୁଣ୍ଠ ସମାନ
ନ ହେଲେ ସେ ଘରର ମାନେ କିଛି ନାହିଁ
ଯେଉଁଠି ଯେତେ ଭରିଥିଲେ ହୀରା ନିଳା ମୋତି ମାଣିକ
ଘର ସେ ହୁଏନି ଆମ ସ୍ନେହ ଆଉ ପ୍ରେମର।।
