STORYMIRROR

subrat kumar jena

Others

3  

subrat kumar jena

Others

ଘର ସେ ଆମ ସ୍ନେହ ଆଉ ପ୍ରେମର

ଘର ସେ ଆମ ସ୍ନେହ ଆଉ ପ୍ରେମର

1 min
226

ଚାରି କାନ୍ଥରେ ଘେରା କିଛି ବର୍ଗକ୍ଷେତ୍ର

ଯେଉଁଠି ନିତି ହୋଇଥାଏ ଆମ ସୁଖ ଆଉ ଦୁଃଖର

ମିଶାଣ ଫେଡାଣ ଆଉ କେବେ ଗୁଣନ

କିଛି ଘରର କାନ୍ଥରେ ଆଜିବି ସାଇତା

ହଜିଯାଇଥିବା ପୂର୍ବଜଙ୍କ ଅସ୍ପଷ୍ଠ ତୈଳ ଚିତ୍ର

ଯାହାକୁ ଦେଖିଲେ ଭାବି ହୁଏ କେତେ କଥା

ଏଇ ଚାରି କାନ୍ଥ ର ଜାଗା ଲାଗି କେତେ ହୋଇଥିବ କଷ୍ଟ

ଘର ସେ ନିରବ ସାକ୍ଷୀ ସବୁରି ଆଉ ସାଥି ମଧ୍ୟ

ଘରହିଁ ଦେଖେ ପରିବାରର ଉତ୍ଥାନ ଆଉ ପତନ ବି

ଘର ସିନା କିଛି ପାରେନି କହି ବେଦନାକୁ ତାର

ହେଲେ ସେ ବି ଚାହେଁ ସମସ୍ତେ ବଞ୍ଚନ୍ତୁ ସୁଖ ଆଉ ଶାନ୍ତିରେ

ଘର ଯଦି ହସେ ସବୁରି ମନକୁ ନେଇ

ସେଇ ଘର ହୋଇଯାଏ ବୈକୁଣ୍ଠ ସମାନ

ନ ହେଲେ ସେ ଘରର ମାନେ କିଛି ନାହିଁ

ଯେଉଁଠି ଯେତେ ଭରିଥିଲେ ହୀରା ନିଳା ମୋତି ମାଣିକ

ଘର ସେ ହୁଏନି ଆମ ସ୍ନେହ ଆଉ ପ୍ରେମର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍