STORYMIRROR

Ashok Moharana

Children Stories

2  

Ashok Moharana

Children Stories

ଗହ୍ମା ପୁନେଇଁ

ଗହ୍ମା ପୁନେଇଁ

1 min
42

ନେତ ଲୋ ନେତ,ଗେହ୍ଲେଇ ନେତ

ଗହ୍ମା ପୁନେଇରେ ବସିବା ମିତ।

ଦେବୁଲୋ ଗୋବର ସବୁଜ ସାର

ହସିବ ଧରଣୀ ହସିବ କ୍ଷେତ।

ଗହ୍ମା ପୁନେଇଟି ତୋରି ପାଇଁ

ଧୂପ ଦୀପ ନେଇ ଦେବୀ ବନ୍ଦାଇ।

ଖାଇବୁ ଚକୁଳି ମୁଁଆ କାକରା

ଲଗାଇ ହଳଦୀ ଫୁଲ ଗଜରା।

ନେତ ମୁଣ୍ଡେ ଦେଇ ଚନ୍ଦନ ଟିପା

ଖଇବାକୁ ଦେବୀ ପିଠା ଗଇଁଠା।

ଫକ ଫକ ଡିଏଁ କୁନି ଛୁଆଟା

ଗହ୍ମା ପଇତା ଟି ବାନ୍ଧିବ ଏକା।

ଖାଉଥିବ ଘାସ ବିଡାକୁ ବିଡା

ଦେଉଥିବୁ କ୍ଷୀର ହୋଇବ ଛେନା।

ଗୋବର ପାଣିରେ ଘର ପବିତ୍ର

ତୋରି ଦାନରେ ମହୀ ଜୀବନ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍