STORYMIRROR

Dr Simant Kumar Nanda

Others

3  

Dr Simant Kumar Nanda

Others

ଘେନ ମୋ ପ୍ରଣାମ

ଘେନ ମୋ ପ୍ରଣାମ

1 min
127

ବର୍ଷ ମାସ ଦିନ ଦଣ୍ଡର

ଅବର୍ତ୍ତମାନରେ 

କାଳସର୍ପ ତୁମେ ହେ ସମୟ ! କବଳିତ ସବୁପବନ ତୁମ ବନ୍ଧନରେ।


 ଅଦୃଷ୍ଟ ଦେବତା ସୃଷ୍ଟିର ନିୟାମକ

 ତୁମେ ଇଶିତ୍ଵ 

 ବଶିତ୍ଵ ଆସ୍ଥାନ ଅଧିଷ୍ଠାନ ସବୁ

 ସ୍ଥିତିବାନର 

ନିୟନ୍ତ୍ରଣକର୍ତ୍ତା।

 ନିଶ୍ଚିତ କର କିଏ ?କେଉଁ ଠାରେ

 ଆଜି ? ଆବଶ୍ୟକ ତାର


ତୁମ ନିର୍ଦ୍ଦେଶ ରେ ପବନ ହୁଏ 

 ସ୍ଥିର ମନ୍ଦର ଆଉ ଅଣଚାଶ।

ନୀରବ ନିଶ୍ଚଳ ପିଣ୍ଡ ତୁମ କର୍ତ୍ତୃତ୍ଵ

 ଭିତରେ।


 ମାନସ-ପୂଜ୍ୟ

ଆକାଂକ୍ଷିତ ଚରିତ୍ର ସବୁ ଜ୍ଞାନଲିପ୍ସୁ

ଛାତ୍ରସମାଜର

ଗୁରୁଶିଷ୍ୟ ସମ୍ପର୍କର ଅନାଭରଣ

 ମୁହୂର୍ତ୍ତର ମୁକସାକ୍ଷୀ 

ଅଳିକ ଜୀବନର ଅମର ତତ୍ତ୍ଵ 

 ସନ୍ଧାନରେ ।

ବଞ୍ଚିବାକୁ କର୍ମର ଅମୃତରସେ 

ମାନବବିକତାର ପାଦଚିହ୍ନକୁ

ଆଙ୍କି ଦେଇ 

ଅବିସ୍ମରଣୀୟ ସ୍ମୃତି ତୁମ ଆର୍ଦ୍ର

ମାନସ ପଟେ।


ତୁମେ ପିତା ତୁମେ ସ୍ୱର୍ଗ ତୁମେ ଧର୍ମ

ତୁମେ ହିଁ ପରମ ତପ 

ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବ

 ଦେବତା଼ଃ।


ଘେନ ହେ ପ୍ରଣାମ ତୁମେ

ପ୍ରତିନିଧି ସବୁ ଦେବତାଙ୍କ 

ମର୍ତ୍ତ୍ୟେ ହୋଇଥିଲ ଜନ୍ମ

ପିତାରୂପେ ଗୁରୁ ଶିକ୍ଷକପ୍ରକାରେ।

 

କର୍ମ ହିଁ ଧର୍ମ ପ୍ରଚାରିବା ପାଇଁ

ନାଶିବାକୁ କଳୁଷ ମନ ସାଗରକୁ

 ଡେଇଁ 

ଅନ୍ଧକାର ବିନାଶନେ ଜ୍ଞାନାଲୋକ

 ଆହରିବା ପାଇଁ।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ