STORYMIRROR

jagabandhu sahu

Others

4  

jagabandhu sahu

Others

ଘେନ ଆମ ଶ୍ରଦ୍ଧାଞ୍ଜଳୀ

ଘେନ ଆମ ଶ୍ରଦ୍ଧାଞ୍ଜଳୀ

1 min
310

ଆଜାଦ୍ ପାଇଁ "ଆଜାଦ୍ ହିନ୍ଦୁ ଫଉଜ"

      କରିଥିଲ ସଙ୍ଗଠନ

ବିଶ୍ବ ଯୁଦ୍ଧ କରି  କରିଲ ଲଢ଼େଇ

     ହେ ତୁମେ ବୀର ଯବାନ।


ମିତ୍ରତା କରିଲ   ହିଟିଲର ସେ ଯେ

     ଚର୍ଚ୍ଚାରେ ଆସିଲ ତୁମେ

ସାଜି କମାଣ୍ତର  ଦିଲ୍ଲୀ ଚାଲ ବୋଲି

    ଦେଇଥିଲ ଡାକ ତୁମେ ।


ଦେଖି ରଣନୀତି ତୁମର ସୁବାଷ

   ଗୋରା ହେଲେ ଭୟଭିତ

ଚାଲିଗଲେ ଛାଡି ଗୋରା ଶାସକ ଯେ

     ଦେଖିଲା ବିଶ୍ବ ଜଗତ ।


ହେ ନେତାଜୀ ତୁମ ଅଦ୍ୟମ ସାହାସ 

    ଆଣିଲା ଯେ ସ୍ବାଧିନତା

ତେଣୁ ଭାରତବାସୀ ତୁମ ଚରଣରେ

    ନୁଆଁନ୍ତି ସମସ୍ତେ ମଥା।


 ଜାପାନକୁ ଗଲ ବିମାନ ଉଡେଇ 

    ହେଲା ର୍ଦୁଘଟଣା ବିମାନ

ହେଲେ ପାଇଲେନି ତୁମରି ଯେ କେହି

     ଟିକିଏ ବି ଚିହ୍ନ ବର୍ଣ୍ଣ।


ଇତିହାସ ପୃଷ୍ଠେ ଲିପିବଦ୍ଧ ହେଲା

    ତୁମରି ଯେ ଯଶକୀର୍ତ୍ତି

ଚିରଦିନ ପାଇଁ   ସବୁରି ହୃଦୟେ

     ହୋଇ ରହିଗଲ ସ୍ମୃତି।


ସୁବାଷ ବୋଷ ସାଥେ ସୁରେନ୍ଦ୍ର ସାଏ

    ଘେନ ଆମ ପୁଷ୍ପାଞ୍ଜଳି

ଫେରି ଆସ ପୁଣି  ଉତ୍କଳ ମାଟିକୁ

     ଏତିକି ଆମର ଅଳି ।।


Rate this content
Log in