ଘଡ଼ି
ଘଡ଼ି
ଆସରେ ନେଇ ବହି ବସ୍ତାନୀ
ଯିବାରେ ପାଠ ପଢି
ଗୁରୁଜୀ ଆଜି ବୁଝାଇ ଦେବେ
କେତେ ପ୍ରକାର ଘଡ଼ି ।
ତିନି କଣ୍ଟାରେ ଚାଲଇ ଦେଖ
ହାତ ଓ କାନ୍ଥ ଘଣ୍ଟା
ଛୁଟି ସମୟ ହୋଇଲେ ପରା
ହୁଅଇ ଘଣ୍ଟା ପିଟା ।
ଆଗ କାଳରେ ସୂର୍ଯ୍ୟଙ୍କୁ ଦେଖି
ସମୟ ଜାଣୁଥିଲେ
ପାହିଲା ରାତି ବୋଲି ଜାଣନ୍ତି
କୁକୁଡ଼ା ଡାକ ଦେଲେ ।
ତାପରେ ପୁଣି ଆସିଲା ପରା
ଦେଖରେ ଜଳ ଘଡ଼ି
ଘଡିରୁ ଯେବେ ସରଇ ଜଳ
ଯାଏରେ ବେଳବୁଡି ।
ମୋବାଇଲ ଓ ଟିଭିରେ ଏବେ
ସମୟ ଦେଖିହୁଏ
ଗଡ଼ିଲେ ଗାଡି ଚାଲଇ ଘଡ଼ି
ଲେଖି ସୂଚାଇ ଦିଏ।
ଆହୁରି ଏକ ଘଡ଼ି ବି ଅଛି
ନାଆଁ ତା' ବାଲି ଘଡ଼ି
ସମୟ ସାଥେ ଉପର ବାଲି
ତଳକୁ ପଡେ ଝଡି ।
ତଳ ଉପର ଦେଖରେ ପିଲେ
ଦୁଇଟି ପାତ୍ର ଅଛି
ଉପର ପାତ୍ରେ ବାଲି ଭରିଲେ
ତଳକୁ ଯିବ ଖସି।
ଏଥିରୁ ଆମେ ଜାଣି ପାରିବା
ସମୟ କେତେ ହେଲା
ଗୁରୁ କହିଲେ ଯାଅରେ ପିଲେ
ବେଳ ତ ସରିଗଲା ।
