ଗଢିବା ଆମରି ହାତେ
ଗଢିବା ଆମରି ହାତେ
1 min
378
ଆସ କୁନା ମୀନା କରନାହିଁ ମନା
ଚାଲ ଯିବା ପାଠ ପଢି
ଦେଶ ବିଦେଶର ଜାଣିବା ଖବର
ଆଗକୁ ପାରିବା ବଢି ।
ଗୁରୁଜୀ ଗୁରୁମା ଆମ ବାପା ମାଆ
କରିବା ଚରଣ ପୂଜା
ସେନେହ ବନ୍ଧନେ ମରତ ଭୁବନେ
ଉଡାଇବା ଜ୍ଞାନ ଧ୍ବଜା ।
ଭେଦଭାବ ଶୂନ୍ୟ ଅଟେ ସେହି ସ୍ଥାନ
ଯହିଁ ଭାରତୀଙ୍କ ବାସ
ଜ୍ଞାନ ପ୍ରଦୀପରେ ଆଲୋକ ବିଛୁରେ
ତମସାର ହୁଏ ନାଶ ।
ସେନେହରେ ମାଳି ଗଢେ ଛୋଟ କଳି
ଆଦର ଯତନ କରି
ନିଜର ସାଇତା ଯେତେ ଅଭିଜ୍ଞତା
ଦେଇଥାଏ ସେଥେ ଭରି ।
ଆମ ବାସସ୍ଥାନ ଏ ବିଶ୍ବ ଭୁବନ
ଗଢିବା ଆମରି ହାତେ
ସରସ ସୁନ୍ଦର କରିବା ରାଇଜ
ଦେଇ ଶ୍ରମ, ଘର୍ମ ଯେତେ ।
