STORYMIRROR

Pinku Ranbida

Others

3  

Pinku Ranbida

Others

ଗଛ୍

ଗଛ୍

1 min
216

କାଏଁ ଭୁଲ୍ କରିଥିଲି ଯେ

ମତେ କାଟି ଦେଉଛ,

ମୋର୍ ଲାଗି ତମେ ବଂଚିକରି

ମତେ ମାରି ଦେଉଛ !


ଧିକ୍ ଯାଉ ତୁମର୍ ମୁନୁଷ୍ ପଣିଆ

କେନ୍ତା ରକମ୍ କରୁଛ,

ଗଛ୍ ଗୁଟେ ଲଗାବାର୍ ଲାଗି ବାଧୁଛେ

କାଟ୍'ବାର୍ ଥି ଆଗେ ଅଛ !


ତମର୍ ପୁଓ,ଝି ହେଇଥିତି ଯଦି

ମାରିଦେତ କାଏଁ ମତେ,

ହେ କଥାକେ ଥରେ ନାଇଁ ଭାବ୍'ବାର୍

କାଟି ଚାଲିଛ କେତେ !


ତମ୍'କୁ ମୁଇଁ ସୁଖେ ରଖବାର୍ ଲାଗି

ନିଜେ ଦୁଃଖ୍ ସହେସି ,

କାଏଁ ହେଲାରେ ମୋର୍ ପରିବାର୍ ଭାବି

ତମ୍'କୁ ମୁଇଁ ଦେଖ୍'ସି !


ତମେ ଯଦି ମତେ କାଟୁଥିବ ସବୁବେଲେ

ନାଇଁ ପାରେ ମୁଇଁ ସହିଁ,

ନିଜର୍ ମରନ୍ ଲାଗି ମୁନୁଷ୍ ମାନେ

ନିଜେ ହେବ ଦାୟୀ !


ହେତେବେଲେ ମୁଇଁ ହସୁଥିମି ଖିଲ୍'ଖିଲେଇ

ପରିବେଷ୍ ଗଲେ ବଦିଲି,

ତେହେରୁ ସିନା ଉସତ୍ ଲାଗ୍'ବା

ମତେ ହେଉଥିବ ଭାଲି !


ପସତାବାର୍ ସମିଆଁ ନାଇଁଥିବା ତେହେରୁ

ମର୍'ବ ପଟ୍,ପଟ୍ ହେଇ,

କେନ୍'ସି ମାହାପୁରୁ ସାହା ନାଇଁ ହୁଏ

ତମ୍'କୁ ଦୁଃଖେ ଦେଖି  


ନିଜର୍ ପୁଓ, ଝି କେ ଯେନ୍ତା ଯତନ୍ କର୍'ସ

ମତେ ଭି ହେନ୍ତା କର,

ସାରା ଜୀବନ୍ ତମେ ସୁଖେ ରହେବ

ମତେ ଆଉ ନାଇଁ ମାର !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍