STORYMIRROR

Mr.GAGAN BIHARI NAYAK

Others

4  

Mr.GAGAN BIHARI NAYAK

Others

ଗଛ କହୁଛି ଶୁଣ

ଗଛ କହୁଛି ଶୁଣ

1 min
307


ସ୍ଥାବର ବୋଲି ମୁଁ ଯାଇପାରୁ ନାହିଁ

ଗଛଟିଏ ହୋଇ ଜନ୍ମ ନେଇଛି ମୁଁ

ଜାଣେନା ପୂଣ୍ଯ କି ପାପ ।

କିବା ପ୍ରକୃତିର ଅଭିଶାପ ।

ଖରା ଖାଇ ନିଜେ ଛାଈ ଦେଉଥାଏ ।

ଫଳ ଫୁଲ ଦେଇ ମନ ତୋଷୁଥାଏ ।

ବିଷ ଧୂଆଁ ଶୋଷି ଅମ୍ଳଜାନ ଦିଏ ।

ବିଷ ପରିବେଶ ସଫା ରଖୁଥାଏ

ଜନମୁ ମରଣ ସେବା କରୁଥାଏ 

ତଥାପି ମଣିଷ କରେନାହିଁ ଅନୁତାପ ।

ସ୍ବଳ୍ପ ସ୍ବାର୍ଥ ପାଇଁ କାଟି ଚାଲିଥାଏ

ଆମ ମୁଣ୍ଡ ଗଣ୍ଡି ବେକ ।।

ସ୍ଥାବର ବୋଲି ଯାଇପାରେ ନାହିଁ

କହି ପାରେ ନାହିଁ କଥା ।

କା'ଆଗେ କହିବି ମୋ' ଦୁଃଖ କାହାଣୀ

କେ ଜାଣିବ ମୋର ବ୍ଯଥା ।।

ଘର ତୋଳିବାକୁ ମୁଁ ଦରକାର

ଘର ଆସବା ପତ୍ରରେ ମୁଁ

ମୋ ଅନୁପସ୍ଥିତିରେ

ଝିଅଟି କେବେ ବିଦା ହେବ ନାହିଁ

ସବୁ ପୁରା କରେ କାମଧେନୁ ପରି

ତଥାପି ଅନ୍ଯାୟ ସହେ ।

ଜୀଇଁ ଥାଉଥାଉ ଏ ଅନ୍ଧ ମଣିଷ

ମୋ ଜୀବନ ନେଇ ଥାଏ ।।

ବେଳହୁଁ ଟିକେ ସାବଧାନ ହୁଅ

ହେ ଅନ୍ଧ ମଣିଷ ଗଣ

ସବୁଜ ବଳୟ ନଷ୍ଟ କର ନାହିଁ

ଭୋଗିବ ଅଦିନ ମରଣ ।।

ଏବେ ଯା ଭୋଗୁଛ ଟ୍ରେଲର ଏ ସିନା

ଫିଲିମ ରହିଛି ବାକି ।

ମରିଲା ବେଳକୁ ସବୁ ଯିବ ନାଶ

ସମୁଦ୍ର ପଶିବ ଧସି ।।

ଅଦିନିଆଁ ହେବ ବର୍ଷା ବତାସ

ଭୂମି ହେବ ଥରହର ।

ସମୂଳେ ବିନାଶ ପାଇଁକି କାହିଁକି

ଏବେଠାରୁ ଗାତ ଖୋଳ ।।

ଗଛଟିଏ ବୋଲି ଦୟାକର ମୋତେ

ମୁଁ ସବୁଠୁ ଉପକାରୀ ।

ବଞ୍ଚେଇ ରଖିବି ତୁମ ଧରାଧାମ

ତୁମ ସୁଖ ଆଗାମୀକୁ ।

ମୋ ଲୁପ୍ତ ପରେ ମିଳିବନି କେବେ

ସବୁଜ ବନାନୀ ଛାୟା ।

କେମିତି ମଣିଷ ବଞ୍ଚିବ ଏବଠୁ

କେମିତି ରହିବ କାୟା ।।

ମୋ କଥାକୁ ଟିକେ ଗୁରୁତର ଭାବ

ଏ ନୁହଁ ପୂଜା ଆରାଧନା କଥା

ପ୍ରକୃତି ରାଣୀର ଆମେ ହିଁ ସନ୍ତାନ

ଆମକୁ ଦିଅନା ବ୍ଯଥା ।।

------------------------------



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍