ଗୌତମ ବୁଦ୍ଧ
ଗୌତମ ବୁଦ୍ଧ
ବୈଶାଖର ପୂଣ୍ଯ ତିଥି ଚନ୍ଦନ ପୂର୍ଣ୍ଣମୀ
କପିଳ ବାସ୍ତୁ ନଗର ଉଦ୍ଯାନ ଲୁମ୍ବିନୀ ॥
କୋଳେ ଜନମିଲ ତୁମେ ମାହେନ୍ଦ୍ର ଲଗନେ
ବିଶ୍ବ ଜନତାଙ୍କ ଦୁଃଖ ତାପ ବିନାଶନେ ॥
ପ୍ରକୁତିର ମନୋରମ ପରିବେଶ କୋଳେ
ଧନ୍ଯ ଶାକ୍ଯ ସିଂହ ତବ ଜନମ ଲଗନେ ॥
ଆନନ୍ଦ ଆବେଗେ ଭରା ହସ କୂତୁହଳେ
ଭରିଗଲା ରାଜପୁରୀ କପିଳ ବାସ୍ତୁରେ ॥
ବାଲ୍ଯ କାଳେ ପିତା ମାତା ଯେ ସିଦ୍ଦାର୍ଥ ନାମ
ଦେଇ କେତେ ଉତ୍ସବାଦି କରିଲେ ପାଳନ ॥
ବିତରିଲେ ବହୁ ଦୁଃଖି ଦରିଦ୍ର ଙ୍କୁ ଧନ
ପୁତ୍ର ଲାଭ ହେତୁ ହେଲେ ଆନନ୍ଦିତ ମନ ॥
ପିତା ତୁମ ଶୁଦ୍ଧୋଦନ ମାତା ମାୟା ଦେବୀ
ପାଳିଲେ ତୁମକୁ ପରେ ବିମାତା ଗୌତମୀ ॥
ଦୈବର ନିଷ୍ଠୁର ଲୀଳା କେହୁବା ରୋଧିବ
ଜନ୍ମ ସପ୍ତ ଦିନେ ମାତା ତେଜି ଇହ ଧାମ ॥
ଯିବାରୁ ହୋଇଲ ତୁମେ ମାଉସୀ ପାଳିତ
ମାଂତୂସ୍ନେହ ଗୌତମୀଙ୍କ ଠାରୁ ହେଲ ପ୍ରାପ୍ତ ॥
ଗୌତମୀ ପାଳିତ ହେତୁ ଗୌତମ ନାମରେ
ଅବିହିତ ହେଲ ତୁମେ ବଡ ହେବା ପରେ ॥
ସଂସାର ର ଦୁଃଖ ବ୍ଯାଧି ନିରାଶା ଯନ୍ତ୍ରଣା
ଦୂରାଇବା ଲକ୍ଷ୍ଯେ କଲ ଦୁର୍ବାର ପ୍ରତିଜ୍ଞା ॥
ସନାତନ ହିନ୍ଦୁ ଧର୍ମ ସେ ବେଳକୁ କେତେ
କୁସଂସ୍କାର ଭାରେ ଭ୍ରଷ୍ଟ ହେବା ଦେଖି ନେତ୍ରେ ॥
ନାନା ଯାଗ ଯଜ୍ଞ ପଶୁ ବଳୀ ଭ୍ରଷ୍ଟାଚାର
କରାଳ ଗ୍ରାସ ରେ ଧର୍ମ ସଂସ୍କୁତି ସକଳ ॥
ଦିନୁଦିନ ଧ୍ବଂଶ ପଥେ ଥିଲା ଅଗ୍ରସର
ଚାହିଁ ଆନୟନ ଲକ୍ଷ୍ଯେ ତହିଁ ସୁସଂସ୍କାର ॥
କରି ଥିଲ କେତେ ଶ୍ରମ ଦୁର୍ବାର ଉଦ୍ଯମ
ଜ୍ଞାନ ଅନ୍ବେଷଣେ ରତ ହେଲ ହେ ଗୌତମ ॥
ରୋଗୀ , ବୂଦ୍ଧ , ଶବ ଆଦି ଦୂଶ୍ଯ ଭୟଙ୍କର
ଚାହିଁ ସୁ‐ସନ୍ଧାନ ଆଶେ ଶାସ୍ବତ ଜ୍ଞାନର ॥
ଦୀର୍ଘ ଯାମିନୀ ରେ ତେଜି ରାଜ ‐ପୁରୀ ନଗ୍ର
ସାଥେ ସ୍ତ୍ରିରୀ ପୁତ୍ର ଧନ‐ ଐଶ୍ବର୍ଯ୍ଯ ସଂଭାର ॥
ସୁକଠିନ ତପ ସାଧନାରେ ନିରନ୍ତର
ରତ ରହି ନୀରଞ୍ଜନା ତଟିନୀ ତଟର ॥
ବୋଧି ଦୂମ ମୂଳେ ବସି ଚିନ୍ତାମଗ୍ନ ଚିତ୍ତେ
ବୋଧି ବା ପରମ ତତ୍ତ୍ବ ଲାଭ କଲ ଶେଷେ ॥
ଦିବ୍ଯ‐ଜ୍ଞାନ ,ଦିବ୍ଯ‐ତେଜ , ଦିବ୍ଯ‐ବଳ ଲଭି
ବୁଦ୍ଧ ହେଲ ସବୁ କ୍ଷେତ୍ରେ ଲଭିଲ ଯେ ସିଦ୍ଧି ॥
ଜ୍ଞାନ ବିତରଣେ ରତ ହେଲ ସେବେ ଠାରୁ
ଉଦ୍ଧାରିଲ ମାନବଙ୍କୁ ଦୁଃଖ ‐ଦୁର୍ଦ୍ଧିନରୁ ॥
ସଂସାର ତାରଣ ଅର୍ଥେ ତବ ଜ୍ଞାନ ଦୀକ୍ଷା
ଯୋଗାଇଲା ପ୍ରତି ହୂଦେ ଅଭିନବ ଶିକ୍ଷା ॥
ବଢିଲେ ଦିନକୁ ଦିନ ଶିଷ୍ଯେ ଯେ ତୁମର
ସାଜିଲେ ଶ୍ରମଣ ଭିକ୍ଷୁ ଧର୍ମ ର ପ୍ରଚାର ॥
ବୁଦ୍ଧ , ଧର୍ମ , ସଙ୍ଘ ଏହି ତ୍ରି‐ରତ୍ନ ଆଧାରେ
ବିରାଜିଲ ଏସିଆର ଆଲୋକ ଭାବରେ ॥
ସାରା ଦେଶେ ବୁଲି ପ୍ରଚାରିଲ ଦିବ୍ଯ ଜ୍ଞାନ
ଉପଦେଶ ମାନ ତୁମ ଆହା କି ! ନହାନ ॥
କ୍ଷଣକରେ ମଣିଷର ହୂଦେ ଜାଗରଣ
ଆଣି ଯା ଅଚିରେ କରେ ପରିବରତନ ॥
ଧର୍ମର ନିଗୂଢ ତତ୍ତ୍ବ ସରଳ ଭାବରେ
ବୁଝାଇ ଜନତାଙ୍କର ଆଦର୍ଶ ତହିଁରେ ॥
ଭରି ବିସ୍ତାରିଲ ତୁମେ ବୌଧ ଧର୍ମ ନାମେ
ନୂତନ ଧର୍ମ ‐ସଂସ୍କୃତି ନବ ‐ଆନ୍ଦୋଳନେ ॥
ଅହିଂସା , ସତ୍ଯ , ଆଧାରେ ଗଠିତ ଯେ ଯାହା
ଚିରନ୍ତନ ଅମଳିନ ରହିଥିବ ତାହା ॥
