ଗାଁର ଦୁଃଖ
ଗାଁର ଦୁଃଖ
ଗାଁ ଟା ମୋର ଆଉ ଗାଁ ପରି ନାହିଁ !
ସତେ ଆଜି ଗାଁ ଟା ମୋର ମସାଣି ପାଲେଟି ଯାଇଛି l
ଗାଁ ରେ କେବଳ ହାହାକାର
ଆଉ ମୃତ୍ୟୁ ଚେତନା ବାର ବାର ପ୍ରତିଘାତ କରୁଛି l
ସନ୍ଧ୍ୟା ସମୟ ରେ ଗାଁ ଟା ମଶାଣି ପରି ମାନେ ହୁଏ
କାରଣ 'ଗାଁ ଟା ଆଗପରି ଆଉ କୋଳାହଳ ନାହିଁ " !
ଗାଁ ଟା ସୁନ ସନ ଲାଗୁଛି
ସତେ ରାତ୍ରୀ ଚର ଜୀବ ମାନେ ଗାଁ ଉପରେ ଅତ୍ୟାଚାର କରୁଛନ୍ତି l
ବାତ୍ୟା ଦୁରା ଗାଁର ଲୋକ ମାନେ ପିଡିତ ଓ କ୍ଲାନ୍ତ
ଗାଁ ରେ କେବଳ ଭଙ୍ଗା ଘର ଓ କାନ୍ଦ ବୋବାଳି ଶୁଣିବାକୁ ମିଳୁଛି !
ଗାଁ ର ମଣିଷ ଭୋକ ବିକଳରେ ପ୍ରାଣ ହରାଉଛନ୍ତି
ପୁଅର ଖାଦ୍ୟକୁ ବାପ ଛଡାଇ ଖାଉଛି l
ଦୁଃଖ ରେ ଗାଁ ର ମଣିଷ ଜୀବନ ବିତାଉଛି
ଦିନେ ଖାଇଲେ ସାତ ଦିନ ଉପାସ ରହୁଛି l
ଗାଁ କୁ ସବୁ ସହାୟତ ଆସୁଛି !
କିନ୍ତୁ ଗାଁ ର ମଣିଷ ଙ୍କ ପାଖରେ ପହଞ୍ଚି ପାରୁନି?
କେବଳ ସରକାରୀ ବାବୁଙ୍କ କାଗଜ, କଲମ ରେ ସୀମିତ ରହୁଛି l
ବାତ୍ୟା ଗରିବ ଲୋକଙ୍କୁ ଦଳି-ଦଳlନ୍ତ କରି ଦେଇଛି
ସେମାନେ ଅଣ୍ଟା କୁ ସିଧା କରି ଛିଡା ହେବାକୁ ସକ୍ଷମ ନାହିଁ
ଖୋଲା ଆକାଶ ତଳେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି l
ଜହ୍ନ ସହିତ ବନ୍ଧୁ ବନ୍ଧୁଛନ୍ତି କାରଣ ଆଲୋକକୁ ନିଜର କରିବା ପାଇଁ l