STORYMIRROR

Banabihari Mishra

Others

3  

Banabihari Mishra

Others

ଗାନ୍ଧାରୀଙ୍କ ଅଭିଶାପ

ଗାନ୍ଧାରୀଙ୍କ ଅଭିଶାପ

1 min
236

ପ୍ରଥମେ ଖୋଲିଲି ଯେବେ ପଟି ମୋ ଆଖିରୁ

ଦୁର୍ଯ୍ୟୋଧନ ହତ ହେଲା ଭାଙ୍ଗିଲା ତା ଊରୁ

ପୁଣଥରେ ପଟି ଯେବେ ଖୋଲି ମ ଦେଖିଲି

ଶେଷ ପୁତ୍ର ମରିବାର କାରଣ ମୁଁ ହେଲି।

ହେ ଅଚ୍ୟୁତ, ତୁମର ଏ କେମିତିକା ଲୀଳା

ଶତେକ ପୁତ୍ରରୁ ଜଣେ ହେଲେ ନ ରହିଲା।

ନୀରିହ ମାଆକୁ କଷ୍ଟ ଦେଲ କି କାରଣେ

ବଞ୍ଚି ଥାଉଁ ଥାଉଁ ମାରି ଦେଲ ତ ଜୀବନେ

ସ୍ବାମୀ ଅନ୍ଧ ବୋଲି ଅନୁସରି ତାଙ୍କ ପଥ

ଦେଖିବିନି କିଛି ବୋଲି କଲି ମୁଁ ଶପଥ

ପାଇଲି ଶତେକ ପୁତ୍ର ଆଉ କନ୍ୟା ଏକ

ଭାବିଥିଲି ଏଇଥର ଘୁଞ୍ଚିବ ମୋ ଦୁଃଖ

ତୁମ ଆଖିରେ ଗଲାନି ମୋର ସୁଖଶୀରି

ନାଶ କରାଇଲ ଶତ ପୁତ୍ର ଯେ ମୋହରି

ତୁମେ ମାୟାପତି ଇଚ୍ଛା ଯେବେ କରିଥାନ୍ତ

ଏ ଯୁଦ୍ଧ ନରସଂହାର ରୋକି ପାରିଥାନ୍ତ

ଏଣୁ ମୁଁ ଦେଉଛି ଶାପ ଘେନ ନରହରି

କେହି ଜଣେ ନ ରହିବେ ବଂଶରେ ତୋହରି

କୁରୁବଂଶ ଭଳି ଯଦୁବଂଶ ନାରୀଗଣ

ପତି ପୁତ୍ର ଭ୍ରାତା ଶୋକେ କରିବେ କ୍ରନ୍ଦନ

ଯଦୁବଂଶ ନାଶ ଯିବ ରୋକି ନ ପାରିବ

ନୀରବ ଦର୍ଶକ ସାଜି ଧ୍ବଂସକୁ ଦେଖିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍