ଗାଁ
ଗାଁ
1 min
147
ଛୋଟ ମୋର ସେଇ ଗାଁ ଟି
ହେଉ ପଛେ ବାଲି, ଧୂଳି ଆଉ ମାଟି।
ପୂରୁବ ଦିଗେ ଉଇଁଲେ ଏଠି ସୂରୁଜ
ତୁଳସୀ ଚଉଁରା ମୂଳରେ ପଡ଼େ ମୁରୁଜ।
ନୂଆ ବୋହୂ ଯାଏ ପାଦରେ ଅଳତା ଲଗେଇ
ଧୂଳିରେ ପାଦ ତା ଛାପ ଦେଉଥାଏ ପକେଇ।
ନଥାଏ ଏଠି ଡାକ୍ତରଖାନା କି ପାଠାଗାର
ହେଲେ ପାଖକୁ ପାଖ ଲାଗିଥାଏ ସଭିଙ୍କ ଘର।
ପଶ୍ଚିମ ଦିଗେ ସୂରୁଜ ଯେବେ ବୁଡେ
ପକ୍ଷୀ ଏ ସବୁ ଫେରନ୍ତି ନିଜ ନୀଡେ଼।
ସନ୍ଧ୍ୟା ଆସିଲେ ବାଜଇ ଶଙ୍ଖ ଗାଁ ମନ୍ଦିରେ
ପଢା ହୁଅଇ ଭାଗବତ ଲଣ୍ଠନ ଆଲୁଅରେ।
କଅଁଳ ଶିଶୁ ଦାଣ୍ଡରୁ ଖେଳି ଆସେ
ମାଆ କୋଳରେ ସିଲଟ ଧରି ପାଠପଢି ସେ ବସେ
ରାତିରେ ହୁଅଇ ଏଠି ଶାନ୍ତିର ନିଦ
ନଥାଏ ଏଠି ମନରେ କାହାର କପଟ ଆଉ ଛନ୍ଦ । ।